jsm

ପିତାଙ୍କ ମୃତଦେହ ପରିବାର ସଦସ୍ୟ ଛୁଇଁଲେନି : ଶବ ସତ୍କାର କଲା କନ୍ଧମାଳର ଟିମ୍‌ ହ୍ୟୁମାନିଟି

csstore

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଜିର ଏହି ବିଜ୍ଞାନର ଯୁଗ ଯେତିକି ଯେତିକି ଉନ୍ନତ ହେଉଛି ସେହି ତୁଳନାରେ ମାନବିକତା ମଧ୍ୟ ଦିନକୁ ଦିନ ହଜି ଯାଉଛି । ଯାହାର ଏକ ଜ୍ୱଳନ୍ତ ଉଦାହାରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ କେରେଡ଼ି ଅଞ୍ଚଳରେ । ନିଜ ବାପାଙ୍କ ମୃତଦେହକୁ ଛୁଇଁଲେନି ପରିବାର ଲୋକେ । ଶେଷରେ ସଦର ପୁଲିସ୍‌ ଓ ଗ୍ରାମବାସୀଙ୍କ ଅନୁରୋଧ ପ୍ରକାରେ କନ୍ଧମାଳ ଜିଲ୍ଲାର ଜଣାଶୁଣା ସ୍ୱେଚ୍ଛାସେବୀ ସଂଗଠନ ଟିମ୍‌ ହ୍ୟୁମାନିଟି କନ୍ଧମାଳର ସଦସ୍ୟମାନେ ଯାଇ ଶବ ସତ୍କାର କରିଥିଲେ । ଏହି ଘଟଣା ସମଗ୍ର ଜିଲ୍ଲାରେ ଆଲୋଚ୍ୟର ବିଷୟ ହୋଇଛି । ମୃତକଙ୍କ ଦୁଇଜଣ ଶିକ୍ଷିତ ପୁଅ ସହିତ ଜଣେ ଶିକ୍ଷିତ ଝିଅ ମଧ୍ୟ ଅଛନ୍ତି । ଖବର ପ୍ରକାରେ, ଗତ ୧୩ ତାରିଖ ସକାଳୁ ଫୁଲବାଣୀ ବ୍ଲକ ଅନ୍ତର୍ଗତ କେରେଡି ଗ୍ରାମରେ ଜଣେ ବୃଦ୍ଧ ଶୌଚ ହୋଇ ଯିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ବୃଦ୍ଧ ହେଉଛନ୍ତି ନିମାଇଁ ଚରଣ ସାହୁ (୯୦) । ତାଙ୍କର ଦୁଇ ଜଣ ଶିକ୍ଷିତ ପୁଅ ଅଛନ୍ତି, ଏହାସତ୍ୱେ ଦୀର୍ଘ ସମୟ ଧରି ମୃତଦେହଟି ସେହି ସ୍ଥାନରେ ହିଁ ପଡ଼ି ରହିଥିଲା । ଶେଷରେ ଉଦ୍ଧାର ପାଇଁ କେହି ନ ଆସିବାରୁ ସ୍ଥାନୀୟ ଲୋକେ ଏବଂ ସଦର ଥାନା ଅଧିକାରୀ ଟିମ୍ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁ ନେଇଥିଲେ । ଏହାପରେ ଶେଷକୃତ୍ୟ ସଂପନ୍ନ ପାଇଁ କେହି ନଆସିବାରୁ ସଦର ଥାନା ଅଧିକାରୀ ଏବଂ ଗ୍ରାମବାସୀ ଟିମ୍ ହ୍ୟୁମାନିଟି କନ୍ଧମାଳର ସହଯୋଗ ଲୋଡ଼ିଥିଲେ । ଏଭଳି ଏକ ଅଭାବନୀୟ ପରିସ୍ଥିତିକୁ ବୁଝିବା ପରେ ଟିମ୍ ହ୍ୟୁମାନିଟି କନ୍ଧମାଳର ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର, ରାଜୀବ ନେତ୍ର ପଟ୍ଟନାୟକ, ଅନୁପ ବିକ୍ରମ ପାତ୍ର, ଅରବିନ୍ଦ ବେହେରା, ରବୀନ୍ଦ୍ର ମହାରଣା ସମସ୍ତ ପ୍ରସ୍ତୁତି କରି ନିକଟସ୍ଥ ଶ୍ମଶାନକୁ ନେଇ ହିନ୍ଦୁ ରୀତି ନୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରି ଫେରିଥିଲେ ।

yuvodaya
Leave A Reply

Your email address will not be published.