ଜମି ଡିମାର୍‌କେସନ୍‌ ବେଳେ ସଦେଇପାଲିରେ ଗୁଳିକାଣ୍ଡ, ତଦନ୍ତ କରୁଛି ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ସଦେଇପାଲି ଗ୍ରାମରେ ଜମି ଡିମାର୍‌କେସନ୍‌ ବେଳେ ଆଜି ପୂର୍ବାହ୍ନରେ ଘଟିଛି ଗୁଳିକାଣ୍ଡ । ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ ଦିଲିପ ପଟ୍ଟନାୟକ ଓରଫ ସନୁ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୧୦ଟା ୩୦ମିନିଟ ସମୟରେ ସଦେଇପାଲିରେ ଥିବା ତାଙ୍କର ଜମି ମାପିବାକୁ ସେମାନେ ଅମିନ୍‌ ନେଇ ଆସିଥିଲେ । ଏହି ସମୟରେ ଉକ୍ତ ଜମି ଜବରଦଖଲ କରିଥିବା ଟିସୁ ସାଏ ଓ ତାଙ୍କର ପରିବାର ଲୋକେ ଏହାକୁ ବିରୋଧ କରିଥିଲେ । କୁହାଯାଉଛି ଯେ, କଥା କଟାକଟିରେ ମାରଣାସ୍ତ୍ର ସହ ହିଂସାକାଣ୍ଡ ବଢ଼ି ଯାଇଥିଲା । କେହି ଜଣେ ଦିଲିପ ପଟ୍ଟନାୟକଙ୍କୁ ଗୁଳି ମଧ୍ୟ ମାରିଥିଲା । ଗୁଳି ତାଙ୍କର ଡାହାଣ କାନ୍ଧରେ ବାଜିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଭୀମଭୋଇ ମେଡିକାଲ କଲେଜ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଏସ୍‌ଡ଼ିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.