ଅଳିଆଗଦାରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ନବଜାତ ଶିଶୁଙ୍କ ମୃତଦେହ ଏଣେତେଣେ ଫିଙ୍ଗିବା ଘଟଣା ବାରବାର ସାମ୍ନାକୁ ଆସୁଥିବା ବେଳେ ଶୁକ୍ରବାର କ୍ଲବପଡା ଏକ ଡାଇଗ୍ନୋଷ୍ଟିକ ସେଣ୍ଟର ସାମ୍ନାର ଅଳିଆଗଦାରୁ ଏକ ନବଜାତ ଶିଶୁପୁତ୍ରର ମୃତଦେହ ପୁଲିସ ଉଦ୍ଧାର କରିଛି । କିଛି ଛୋଟପିଲା ଅଳିଆଗଦା ନିକଟରେ ଏକ ବ୍ୟାଗରେ ମୃତ ଶିଶୁ ଥିବା ଦେଖିବାକୁ ପାଇଥିଲେ । ଏହାପରେ ସେମାନେ ଲୋକଙ୍କୁ ସେ ସମ୍ପର୍କରେ ଜଣାଇବା ପରେ ଗଣମାଧ୍ୟମ ପ୍ରତିନିଧି ଓ ସ୍ୱେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ପହଞ୍ଚିଥିଲେ । ପରେ ପୁଲିସ ପିସିଆର୍‌ ଘଟଣାସ୍ଥଳକୁ ପହଞ୍ଚି ଶିଶୁକୁ ଉଦ୍ଧାର କରି ଭୀମଭୋଇ ମେଡକାଲ କଲେଜ ଓ ଡାକ୍ତରଖାନାକୁ ନେଇଥିଲା । ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିବା ପରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ମୃତ ଶିଶୁର ଶେଷକୃତ୍ୟ କରିଥିଲେ ।

Leave A Reply

Your email address will not be published.

error: Content is protected !!