ପଶ୍ଚିମ ଓଡିଶାର ନୂଆ ବର୍ଷ ‘ପୁଷ୍‌ପୁନି’

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ନୂଆ ବର୍ଷ ହେଉଛି ‘ପୁଷ୍‌ପୁନି’ । ଏଥିପାଇଁ ପଶ୍ଚିମ ଓଡିଶାର ଘରେ ଘରେ ‘ପୁଷ୍‌ପୁନି’ ପର୍ବ ପାଳନ କରାଯାଏ । ଏହି ପର୍ବ ସମ୍ପୂର୍ଣ୍ଣ ଭାବେ କୃଷି ଭିତ୍ତିକ ହୋଇଥିବା ବେଳେ ଏହି ପର୍ବ ଉପଲକ୍ଷେ କୌଣସି ଦେବାଦେବୀଙ୍କର ପୂଜା ଅର୍ଚ୍ଚନା ହୁଏ ନାହିଁ । କେବଳ ପିଠାମଣ୍ଡା, ମାଛମାଂସ ସହ ମଉଜ ମଜ୍‌ଲିସ୍‌ କରନ୍ତି ପଶ୍ଚିମ ଓଡିଶାବାସୀ । ସୂଚନାଯୋଗ୍ୟ ଯେ, ପୁରୁଣା କାଳରେ ଚାଷ କାର୍ଯ୍ୟ ପାଇଁ ହଲିଆ, କୁଠିଆ ପରମ୍ପରା ଚାଲୁଥିବା ସମୟରେ ‘ପୁଷ୍‌ପୁନି’ ଦିନ ନିର୍ଦ୍ଧାରିତ ବର୍ଷକର ପାଉଣା(ଧାନ ଆକାରରେ) ପରଜା ପୁଅ ତା’ ହଲିଆ, କୁଠିଆଙ୍କୁ ପ୍ରଦାନ କରିବା ସହ ଧାନଖଳାରେ ଭୋଜିଭାତର ଆୟୋଜନ କରୁଥିଲେ । ଆହୁରି ବଡ କଥା ହେଲା, ‘ପୁଷ୍‌ପୁନି’ ଦିନ ହଲିଆ, କୁଠିଆମାନେ ନୂଆ ମାଲିକ କରୁଥିଲେ ଏବଂ ମାଲିକ ଛାଡୁଥିଲେ ମଧ୍ୟ । ‘ପୁଷ୍‌ପୁନି’ ପର୍ଯ୍ୟନ୍ତ ଚାଷ କାମ ସମ୍ପୂର୍ଣ୍ଣ ସମାପନ ହୋଇ ଖଳାରୁ ଧାନ ଘରକୁ ଆସିଯାଇଥାଏ । ‘ପୁଷ୍‌ପୁନି’କୁ ବର୍ଷ ଆରମ୍ଭ ବୋଲି ପଶ୍ଚିମ ଓଡିଶାରେ ଧରାଯାଏ । ତେଣୁ ପଶ୍ଚିମ ଓଡିଶାର ନୂଆ ବର୍ଷ ହେଉଛି ‘ପୁଷ୍‌ପୁନି’ । ଏହି ପର୍ବ ପାଳନର ଆଉ ଏକ ରୋଚକ ଦିଗ ମଧ୍ୟ ରହିଛି । ଗାଁ ଗୁଡ଼ିକରେ ପିଲାମାନେ ଘର ଘର ବୁଲି ଛେର୍‌ଛେରା ମାଗି ଭୋଜିଭାତର ଆୟୋଜନ କରନ୍ତି, ଯଦି ବି ଏବେ ଏହି ପରମ୍ପରା ଆମ ସମାଜରେ ଫିକା ପଡିଯାଇଛି। ‌‌‌‌

Leave A Reply

Your email address will not be published.

error: Content is protected !!