pr

ଅଲାତରାଠାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଅନୁଷ୍ଠିତ

dr. purohit

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରାଠାରେ ମହାଆଡମ୍ବରରେ କଳାହାଣ୍ଡି ଉତ୍ସବ ‘ଘୁମୁରା’ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଘୁମୁରା, ମହିଳା କୀର୍ତ୍ତନ, ବଜାସାଲ ସହ ବିରାଟ ପଟୁଆରରେ ସୁନାମୁଖୀ ମନ୍ଦିରରୁ ମଶାଲ ଯାତ୍ରାରେ ବାହାରି ରାମ ମନ୍ଦିର ଦେଇ ପଞ୍ଚସଖା ଉଚ୍ଚ ବିଦ୍ୟାଳୟ ପହଞ୍ଚି ଥିବାବେଳେ ମଶାଲ ଯାତ୍ରାଠାରେ ଭାବନୀପାଟଣା ପୂର୍ବତନ ପୌରାଧ୍ୟକ୍ଷ ଆଦିତ୍ୟ ନନ୍ଦ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ସ୍ଥାନୀୟ ସରପଞ୍ଚ ସସ୍ମିତା ନାଗଙ୍କ ସଭାପତିତ୍ୱରେ ହୋଇଥିବା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମନ୍ଦାକିନି ସିଂହଦେଓ, ପୂର୍ବତନ ପୌରାଧ୍ୟକ୍ଷ ଆଦିତ୍ୟ ନନ୍ଦ, ବିଡ଼ିଓ ବିନୟ କୁମାର ଭୋଇ, ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ର, ଶିକ୍ଷ୍ୟାବିତ୍‌ ଘନଶ୍ୟାମ ବଗର୍ତ୍ତୀ, ପିତାମ୍ବର ନାଗ, ଖଗେଶ୍ୱର ରଣା, ବେଣୁଧର ରଣା, ନାଏବ ସରପଞ୍ଚ ନରେଶ ଦଣ୍ଡିଆ, ଏମବିକେ ମମିତା ସାହୁ, ଦାସକାଠିଆ ଗୁରୁ କହ୍ନେଇ ବାଗ, ଚୈତନ୍ୟ ଦାଶ, ପଞ୍ଚୁଦେବ ସାହୁ, ପୂର୍ବତନ ଜଗବନ୍ଧୁ ଭୋଇ, ସହଦେବ ସାହୁ, ସାମ୍ବାଦିକ ପ୍ରଦୀପ କୁମାର ସାହୁ, ଭିକାରୀ ନାଗ, ମଦନ ମୋହନ ପଟ୍ଟନାୟକ ଉପସ୍ଥିତ ରହି କଳାହାଣ୍ଡିର ସଂସ୍କୃତି, ପରମ୍ପରା ଘୁମୁରା ବିଷୟର ଉଦ୍‌ବୋଧନ ଦେଇଥିବା ବେଳେ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଷ୍ଟଲ ସହ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏଥିରେ ସାମ୍ବାଦିକ ପ୍ରଦୀପ କୁମାର ସାହୁ ଓ ଗଙ୍ଗାଧର ରଣା ମଞ୍ଚ ପରିଚାଳନା କରିଥିବା ବେଳେ ପିଇଓ ଚଞ୍ଚଳ ହରିଜନ ଧନ୍ୟବାଦ ଅର୍ପଣ କରିଥିଲେ । ସୁଶାନ୍ତ ବଗର୍ତ୍ତୀ ସୁରସେନ ସାହୁ, ତ୍ରିନାଥ ଷାଣ୍ଢ, ଭରତ ସାହୁ, ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ, ୱାର୍ଡ ସଭ୍ୟା/ସଭ୍ୟ, ସିଆରପି, ପ୍ରାଣୀମିତ୍ର, କୃଷିମିତ୍ର, ପଞ୍ଚାୟତ କର୍ମଚାରୀ, ଯୁବ ଗୋଷ୍ଠୀ ସାହାଯ୍ୟ ସହଯୋଗ କରିଥିଲେ । ସେହି ଭଳି ବମକ, ଡି. କରଲାଖୁଣ୍ଟା ଆଦି ପଂଚାୟତରେ ମଧ୍ୟ ଏହି ଉତ୍ସବ ପାଳିତ ହୋଇଯାଇଛି ।

nrusinghnath
Leave A Reply

Your email address will not be published.