oom

ମାଲି ସମାଜ ଦ୍ୱାରା ସାବିତ୍ରୀ ବାଈ ଫୁଲେଙ୍କ ୧୯୨ତମ ଜନ୍ମ ଦିବସ ପାଳିତ

jsmm
  • ୧୧ଟି ଜିଲ୍ଲାର ମାଲି ସମାଜଙ୍କ ବିଶାଳ ସମାବେଶ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର କୋଶେଲେଶ୍ୱର ମାଲି ସମାଜ ବିକାଶ ପରିଷଦ ଦ୍ୱାରା କଂଟାବାଂଜି କୁକୁଡାହାଡ ଗାଁରେ ସାବିତ୍ରୀ ବାଈ ଫୁଲେଙ୍କ ୧୯୨ତମ ଜନ୍ମ ଜୟନ୍ତୀ ଦିବସ ଦୁଇ ଦିନ ଧରି ପାଳନ ହେବାକୁ ଥିବା ବେଳେ ମଙ୍ଗଳବାର ଦିନ ଜୟନ୍ତୀର ପ୍ରଥମ ଦିନ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଦିବସ ଅବସରରେ ଓଡିଶାର ୧୧ଟି ବିଭିନ୍ନ ଜିଲ୍ଲାର ମାଲି ସମାଜ କର୍ମକର୍ତ୍ତା ତଥା ସାମାଜିକ କର୍ମୀମାନେ ଉପସ୍ଥିତ ହୋଇଥିଲେ । ମାଲି ସମାଜର ବଲାଙ୍ଗିର ଜିଲ୍ଲା ସଭାପତି କାର୍ତ୍ତିକ ପୁଟେଲଙ୍କ ନେତୃତ୍ୱରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସମାଜର ୩ ହଜାରରୁ ଅଧିକ ସମାଜ ପଦାଧିକାରୀ ମହିଳା ପୁରୁଷ କର୍ମକର୍ତ୍ତା କଂଟାବାଂଜି ହେମାଲ ସଂଘ ଭବନରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ । ନଗର ପରିକ୍ରମା ପରେ କୁକୁଡାହାଡ ଗ୍ରାମରେ ଏକ ବିରାଟ ସାମାଜିକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ଣ୍ଣାନନ୍ଦ ପୁଟେଲ(ବିଡିଓ ମୁରିବାହାଲ), ରାଜ୍ୟ ସଭାପତି ବାସୁଦେବ ମାର୍ଥା, ସମ୍ମାନିତ ଅତିଥି ଦାରାସିଂ ପୁଟେଲ(ରାଜ୍ୟ ଉପସଭାପତି), ଅମିତ ପୁଟେଲ(ପଶ୍ଚିମ ଓଡିଶା ମୁଖ୍ୟ କଳା ଓ ସଂସ୍କୃତି), ସୁନାରାମ ପୁଟେଲ(କଳା ଓ ସଂସ୍କୃତି), ନିତିନ କୁମାର ପଟେଲ(ରାଜ୍ୟ ଯୁବ ସଭାପତି ଓ ରାଜ୍ୟ ଯୁବ ସଂଗଠନ), ମୁଖ୍ୟ ବକ୍ତା ଭାବେ ଅନିରୁଦ୍ଧ କୁରୁକୁରିଆ, ମୋହନ ପୁଟେଲ (ଅଧ୍ୟାପକ), ଅଭତୟ କୁମାର ଚୌଧୁରୀ(ଅଧ୍ୟାପକ) ମଂଚାସୀନ ଥିଲେ । କାର୍ଯ୍ୟକ୍ରମଟି ଜିଲ୍ଲା ସଭାପତି କାର୍ତ୍ତିକ ପୁଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭା ପରେ ପ୍ରଥମ ଦିନର କାର୍ଯ୍ୟକ୍ରମରେ ସାମାଜିକ ଆଧାରିତ କୋଶଲେଶ୍ୱର ବାବାଙ୍କ ପୂଜା ଅର୍ଚ୍ଚନା, ପରିଚୟ ପ୍ରଦାନ, ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ ସହ ଦିବ୍ୟାଙ୍ଗ ଚୟନ ପ୍ରକ୍ରିୟା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସନ୍ତାକାଲି ବୁଧବାର ଦିନ ସମାଜର ଅବଶିଷ୍ଟାଂଶ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।

jittmm
Leave A Reply

Your email address will not be published.