ବଲାଙ୍ଗିର, (କେପିଏନ୍ଏସ୍) : ଅନେକେ ନିଜ ଜନ୍ମଦିନକୁ ବିଭିନ୍ନ ପ୍ରକାରେ ନିଜେ ନିଜ ଖୁସି ମୁତାବକ ପାଳନ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ନିଆରା ଢଙ୍ଗରେ ନିଜ ଜନ୍ମଦିନ ପାଳନ କଲେ ସମାଜସେବୀ ପିଙ୍କି ଖର୍ସେଲ । ସେ ନିଜ ଜନ୍ମଦିନ ଅବସରରେ ନିଜ ଶରୀରକୁ ଦାନ କରି ସମାଜରେ ଏକ ମହାନ ଉଦାହରଣ ସୃଷ୍ଟି କରିଛନ୍ତି । ଏଭଳି ନିଃସ୍ୱାର୍ଥପର ମନୋଭାବ ଏବଂ ପ୍ରଶଂସାଜନକ ନିଷ୍ପତ୍ତି ପାଇଁ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।
Prev Post