କୋଚ ଶିବପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଚତୁର୍ଥ ଦିନରେ ହୀରାକୁଦକୁ ହରାଇ ନକଟାସର ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିଅମ ଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଲବ ଖଲିଆପାଲି ଓ ସ୍ପୋର୍ଷ୍ଟ ହଷ୍ଟେଲ ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ତୃତୀୟ ବର୍ଷ କୋଚ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସିଆରପିଏଫ୍‌ ଜବାନ୍‌ ମାନସିଂ ସେଠ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଡିଜିଏ ସଂପାଦକ ସଂଗ୍ରାମ ବହିଦାର ଓ ଭୁପେନ୍ଦ୍ର ପସାଦ ସିଂ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କମିଟି ସଂପାଦକ ଅଭିମନ୍ୟୁ ପାଣ୍ଡେଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଖେଳରେ କମିଟି ସଭାପତି ନାରାୟଣ ବିଶ୍ୱାଲ ଅଧ୍ୟକ୍ଷତା କରିଥିଲେ । ଆଜିର ୪ର୍ଥ ଦିନ ଖେଳରେ ନକଟାସର ୬-୦ ଗୋଲରେ ସରକାରୀ ଆଇଟିଆଇ ହୀରାକୁଦକୁ ହରାଇ ବିଜୟୀ ହୋଇଥିଲେ । ଖେଳକୁ ପ୍ରଫୁଲ୍ଲ କୁମାର ବଗର୍ତ୍ତି, ବିଜୟ କୁମାର ରଣା, ଶ୍ରବଣ କୁମାର ବାଗ ଏବଂ ସଂଜିବ ମହାରଣା ପରିଚାଳନା କରିଥିଲେ । ଗତକାଲି ପ୍ରଥମ ସେମିଫାଇନାଲ ତେନ୍ତୁଳିଖୁଣ୍ଟି ବନାମ ଆଗଲପୁର ମଧ୍ୟରେ ଅନୁଷ୍ଠିତ ହେବ । କମିଟିର ବିଶ୍ୱନାଥ ସୁନା, ଜନାର୍ଦ୍ଦନ ପାଣ୍ଡେ, କହ୍ନାଇ ଗଡତିଆ, ପ୍ରସାନ୍ତ ପଧାନ, ସୂର୍ଯ୍ୟମଣୀ ସୁନା, ସଚ୍ଚିଦାନନ୍ଦ ଭୁକ୍ତା, ଅନୁପ କୁମାର ସାଏ, ସୁକଦେବ ସାହୁ, ଚିତ୍ତ ବିଶ୍ୱାଲ ଏବଂ ମନ ବିଶ୍ୱାଲ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!