ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

  • ଛାତ୍ର ଜୀବନର ପ୍ରତିମୁହୂର୍ତ୍ତରେ କଠୋର ଶୃଙ୍ଖଳା ସର୍ବାଦୌ ବାଂଛନୀୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ ଶିକ୍ଷାବିତ୍‌ ରାମ ଶରଣ ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ଯୋଗଦେଇ ଅଧ୍ୟୟନ ଓ ବିଦ୍ୟାଭ୍ୟାସ ଶୃଙ୍ଖଳାର ସୁଦୃଢ ଭିତ୍ତି ଉପରେ ଦଣ୍ଡାୟମାନ ହେବା ଆବଶ୍ୟକ ବୋଲି କହିବା ସହ ଛାତ୍ର ଜୀବନର ପ୍ରତିମୁହୂର୍ତ୍ତରେ କଠୋର ଶୃଙ୍ଖଳା ସର୍ବାଦୌ ବାଂଛନୀୟ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ରସରାଜ ଅଚ୍ୟୁତ ପୁରୋହିତ ନିଜ ବକ୍ତବ୍ୟରେ ଶୃଙ୍ଖଳିତ ସମାଜ ଜୀବନ ସୁସ୍ଥ ପରମ୍ପରା ସୃଷ୍ଟି କରିଥାଏ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଶଶୀ ଭୂଷଣ ପୁରୋହିତ ସମୟକୁ ସମ୍ମାନ ଦେଇ ସଠିକ୍‌ ସମୟରେ ନିଜର କାର୍ଯ୍ୟ ସମ୍ପାଦନା କରିବା ଉଚିତ୍‌ ବୋଲି କହିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଦେବସ୍ମିତା ବେହେରା ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ନିର୍ଦ୍ଦେଶକ ରାମଚନ୍ଦ୍ର ବେହେରା ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରିଥିଲେ । ସ୍ୱର୍ଗିୟା ଅମ୍ରିତା ଦେବୀଙ୍କ ସ୍ମରଣାର୍ଥେ ଷଷ୍ଠ ବାର୍ଷିକ ମେଧା ଅନ୍ୱେଷଣ ୨୦୨୨-୨୩ ସପ୍ତମ ଶ୍ରେଣୀ ପାଇଁ ଉଦ୍ଧିଷ୍ଟ ପ୍ରତିଭା ଚୟନର ମେଧା ଅନ୍ୱେଷଣ ପରୀକ୍ଷାର କୃତି ପ୍ରତିଯୋଗୀ ବିନିତା ଭୋଇ, ଆଭାସ ତ୍ରିପାଠୀ, ତୁଳସୀ ମେହେର, ସୋନାଲୀ ବୁଡେକ, ଲିପସା ରାଣୀ ସା, ଆକାଂକ୍ଷା ପଟେଲ, ସୁପ୍ରିୟା ମେହେର, ଆଶୁତୋଷ ଦାଶ, ପ୍ରଜ୍ଞା ପରମିତା ନାୟକ ଓ ସୋନାଲୀ ବେହେରାଙ୍କୁ ପୁରସ୍କାର ରାଶି ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ପୁରାତନ ଛାତ୍ର ଚର୍ଚ୍ଚିତ ଭୋଇ, ରୂପାକାନ୍ତୀ ଧରୁଆ, ଆକାଂକ୍ଷା ରଣା, ସ୍ୱପ୍ନିଲ କୁମାର ଭୋଇଙ୍କୁ ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରେଷ୍ଠ ନୃତ୍ୟ କଳାକାର ଭାବେ ନେହା ମହାକୁର ଓ ଶ୍ରେଷ୍ଠ ଶିକ୍ଷକ ଭାବେ ଶିକ୍ଷକ ହିମାଂଶୁ ହନୁମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମଞ୍ଚ ପରିଚାଳନା ଅନୀଲ ସାହୁ ଓ ପୁସ୍ତମ ଜୁଆଡି କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ହିତେଶ ସାହୁ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ବିଦ୍ୟାଳୟର ଶିକ୍ଷକ ସୂର୍ଯ୍ୟଭାନୁ ମେହେର, ଗୁରୁଦେବ ନାଗ, ଧୀରଜ ସେନାପତି, ସୁରେଶ ପଧାନ, ମଧୁସୂଦନ ସା, ବିଭୂତି ଭୂଷଣ ସାହୁ ଶିକ୍ଷୟିତ୍ରୀ ସ୍ନିଗ୍ଧା ମିଶ୍ର, ପ୍ରତିମା ହୋତା, ନାରାୟଣୀ ସାହୁ, ଶାନ୍ତି ମେହେର । ଶେଷରେ ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟ ଓ ଶିଶୁ ସୃଜନିକାର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Leave A Reply

Your email address will not be published.