ଚାଷ ସରିଲା ପରେ ଏଲ୍ଆଇ ପଏଣ୍ଟରୁ ବିଦ୍ୟୁତ କାଟ କରିବାକୁ ଦାବୀ ସତ୍ତ୍ୱେ ବିଲ୍ ଆସୁଥିବା ଚାଷୀଙ୍କ ଅଭିଯୋଗ : ବିଦ୍ୟୁତ ବିଲ୍ ଛାଡି କରିବାକୁ ଦାବୀ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବିଜାଡିହୀ ଗ୍ରାମର ହରିବୋଲ ସାହୁ, ଅକ୍ଷୟ ସାହୁ ଓ ଚତୁର୍ଭୁଜ ସାହୁ ଏକ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ ହରିବୋଲ ସାହୁ, ଅକ୍ଷୟ କୁମାର ସାହୁ ଓ ଚତୁର୍ଭୁଜ ସାହୁ ବିଜାଡିହୀ ଉଠା ଜଳସେଚନ ପ୍ରକଳ୍ପର ଜଣେ ଜଣେ ଉପଭୋକ୍ତା ଅଟନ୍ତି । ଫସଲ ଅମଲ ବନ୍ଦ ଥିବାରୁ ଉକ୍ତ ପଏଣ୍ଟରେ ମୋଟର ବନ୍ଦ ଅଛି । ପାଣିର ଅଭାବ ହେତୁ ରବି ଫସଲ ସମ୍ଭବ ନୁହେଁ । ତେଣୁ ସାମୟିକ ଭାବେ ବିଦ୍ୟୁତ ବିଛିନ୍ନ କରିବା ପାଇଁ ବିଦ୍ୟୁତ ବିଭାଗ ପଦ୍ମପୁର ଏସ୍ଡିଓ ପାଖରେ ଫେରାଦ ହୋଇଥିଲେ । ହେଲେ ଏସ୍ଡିଓ ମହାଶୟ ଅବାନ୍ତର କଥା କହି ସେମାନଙ୍କ ଅଭିଯୋଗ ଶୁଣି ନଥିଲେ । ପୁଣି ଅନ୍ୟ ପକ୍ଷରେ ନଭେମ୍ବର ମାସରେ ବିଦ୍ୟୁତ ବିଲ ଅତ୍ୟଧିକ ଉଠିଥିବାରୁ ଗୋଟିଏ ମାସରେ ଏତେ ପରିମାଣରେ ବିଦ୍ୟୁତ ବିଲ କାହିଁକି ଉଠିଛି ବୋଲି କହିବାରୁ ମୁଁ ଯାଇ ଦେଖିବି ବୋଲି ବିଦ୍ୟୁତ ଅଧିକାରୀ କହିଥିଲେ । ନଭେମ୍ବର ୨୩ରୁ ବିଦ୍ୟୁତ କାଟ କରିବା ପାଇଁ ଆବେଦନ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବିଦ୍ୟୁତ ବିଛିନ୍ନ ହୋଇ ପାରିଲା ନାହିଁ ପୁଣି ଗୋଟିଏ ମାସରେ ୪ ହଜାର ଟଙ୍କା ବିଲ ବଢିଲା ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି ହୁଏ । ଅଫିସର ମାନଙ୍କର ଖାମଖିଆଲି ମନମୁଖି ନୀତିକୁ ନିନ୍ଦା କରାଯାଏ । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବୀ ହେଉଛି ।