ବଙ୍ଗୋମୁଣ୍ଡାରେ ସହିଦ ରେଣ୍ଡୋ ମାଝୀଙ୍କ ୧୬୭ତମ ବଳିଦାନ ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସଦର ମହକୁମା ସଂଗଠନର କାର୍ଯ୍ୟାଳୟ ଠାରେ ସହିଦ ରେଣ୍ଡୋ ମାଝୀଙ୍କ ୧୬୭ତମ ବଳିଦାନ ଦିବସ ପାଳନ ହୋଇଯାଇଛି । ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ବଲାଙ୍ଗିରର ଜିଲ୍ଲା ସଭାପତି ସୁରେଶ ଭୋଇଙ୍କ ନେତୃତ୍ୱରେ ବୁଡୁକା ପ୍ରଗଣାର ସଭାପତି ଲଳିତ ଯାନୀ ମୁଖ୍ୟ ଅତିଥି ରୂପରେ ଯୋଗ ଦେଇ ରେଣ୍ଡୋ ମାଝୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ପୁଞ୍ଜିବାଦ ଜମିଦାରୀ ପ୍ରଥା ଆଉ ଇଂରେଜ ସରକାରଙ୍କର ବିରୁଦ୍ଧରେ ଉଲଗୁଳନ ଡାକରା ଦେଇ ସମାଜକୁ ଏକତ୍ରିତ କରିଥିଲେ । ଜଳ ଜଙ୍ଗଲ ଜମିର ଲଢେଇ ଜୋରଦାର କରି ଏହି ସମାଜ ପାଇଁ ବଳିଦାନ ଦେଇଥିବା ସଂଗ୍ରମୀଙ୍କ ଉଦାହରଣ ଆମ ସମାଜର ଲୋକେ ଗ୍ରହଣ କରିବା ପାଇଁ ଆହ୍ୱାନ କରିଥିଲେ । ସଂଗଠନର ନାରୀ ନେତ୍ରୀ କିରଣ ଭୋଇ ଆଦିବାସୀ ସମାଜ ଏକତ୍ରିତ ହୋଇ ସାମାଜିକ ଲଢେଇରେ ସାମିଲ ହୋଇ ନାରୀ ମାନଙ୍କର ଶିକ୍ଷା ସୁରକ୍ଷା ଏବଂ ପାରମ୍ପରିକ ବିବାହ କରି ସମାଜରେ ନିଜ ଉଦାହରଣ କରିବା ସକାଶେ ଆଲୋକପାତ କରି ଅନ୍ୟାୟ ବିରୁଦ୍ଧରେ ଲଢେଇ ଜାରି ରଖିବା ସହିତ ଯୌତୁକ ପ୍ରଥା ଭଳି ହୀନ ପ୍ରଥାରୁ ନିବୃତ ରହି ଏକ ସୁସ୍ଥ, ଭୟ ମୁକ୍ତ, ନିଶାମୁକ୍ତ କନ୍ଧ ସମାଜ ଗଠନ କରି ସମାଜର ଅନ୍ତିମ ଧାଡିରେ ଥିବା ବ୍ୟକ୍ତିଙ୍କର ପ୍ରଗତି ପାଇଁ ଚେଷ୍ଟା କରିବା ପ୍ରଥା ପରମ୍ପରା ଏବଂ ଚଳିତ ବର୍ଷ କନ୍ଧ ସମାଜରେ ପାରମ୍ପରିକ ବିବାହ (ଟିକ ଡିହା) କରିବା ପାଇଁ ଅନୁରୋଧ କରିଥିଲେ । ଏହି ବୈଠକରେ ଯୁବ ସଂଗଠନର ଜିଲ୍ଲା କୋଷାଧକ୍ଷ ଡମ୍ବରୁ ଧର କୁଅଁର, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ବ୍ରଜ ଭୋଇ, ସାଧାରଣ ସମ୍ପାଦକ ଡିଙ୍ଗର ଭୋଇ ଶ୍ରୀକର ମାଝୀ, ଗଜିନ୍ଦ୍ର ମାଝୀ, ଛବି ରାବଣ ଯାନୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!