oom

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ମାନବ ଅଧିକାର ଦିବସ ଉପଲକ୍ଷେ ଆଇନ ସଚେତନତା ଶିବିର

jsmm

ବଲାଙ୍ଗର, (କେପିଏନ୍‌ଏସ୍‌) : ଜିଲ୍ଲା ଜଜ୍‌ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣର ସଚିବ ବିନୟ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ମାନବ ଅଧିକାର ଦିବସ ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସଚିବ ଶ୍ରୀ ପାତ୍ର ଏହି ଦିବସର ପାଳନ ସମ୍ବନ୍ଧୀୟ ବିଭିନ୍ନ ରୋଚକ ତଥ୍ୟ ପ୍ରଦାନ କରିଥିଲେ । ଏହାପରେ ଅତିରିକ୍ତ ବରିଷ୍ଠ ଦେୱାନୀ ନ୍ୟାୟାଧୀଶ ଶ୍ରୀମତୀ ସସ୍ମିତା ନନ୍ଦିନୀ ତ୍ରିପାଠୀ ଭାରତୀୟ ସମ୍ବିଧାନର ବିଭିନ୍ନ ଅଧିକାର ସମ୍ପର୍କିତ ବାର୍ତ୍ତା ପ୍ରଦାନ କରିଥିଲେ । ଶ୍ରୀମତୀ ଭାଗ୍ୟଶ୍ରୀ ପତି, ଜେଏମ୍‌ଏଫ୍‌ସି(ଆଇଆଇ) ଏହି ଦିବସ ଉପଲକ୍ଷେ ବିସ୍ତୃତ ବିବରଣୀ ଉପସ୍ଥାପନା କରିଥିଲେ । ବରିଷ୍ଠ ଆଇନଜୀବୀ ଅରବିନ୍ଦାକ୍ଷ ପୁଜାରୀ ନିଜର ବକ୍ତବ୍ୟ ରଖିଥିଲେ । ଏହାପରେ ଏହି ଦିବସ ଉପଲକ୍ଷେ ଏକ ବକୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମିଶ୍ର ଏବଂ ସମସ୍ତ କର୍ମଚାରୀ ସହାୟତା ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.