ବିବାହ ଭୋଜିରେ ଫାଟିଲା ଗ୍ୟାସ୍‌ ଟାଙ୍କି : ୫ ମୃତ ୬୦ ଆହତ

ରାଜସ୍ଥାନ : ଯୋଧପୁରରେ ବଡ଼ ଧରଣର ଅଘଟଣ । ବରଯାତ୍ରୀ ଯିବା ପୂର୍ବରୁ ଗ୍ୟାସ୍‌ ସିଲିଣ୍ଡରର ବିସ୍ଫୋରଣ ଘଟିଲା । ଖୁସିର ମାହୋଲରେ ଲାଗିଗଲା ନିଆଁ । ବିବାହ ମହତ୍ସୋବରେ ଭୋଜି ପ୍ରସ୍ତୁତ ସମୟରେ ଏହି ଅଘଟଣ ଘଟିଥିଲା । ଦୁର୍ଘଟଣାରେ ୫ ଜଣ ଅତିଥିଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଗୁରୁବାର ଦିନ ଭୁଙ୍ଗରା ଗାଁରେ ଜଣେ ବ୍ୟକ୍ତିଙ୍କ ବାହାଘର ଥିଲା । ବାହାଘରକୁ ନେଇ ପରିବାର ଲୋକ ବହୁତ ଖୁସି ଥିଲେ । ହେଲେ ଏହି ହସଖୁସିର ପରିବେଶ ହଠାତ୍‌ ଶୋକାକୁଳ ପରିବେଶରେ ପରିଣତ ହୋଇଥିଲା । ବର ପକ୍ଷଙ୍କ ଘରେ ଅତିଥିଙ୍କ ପାଇଁ ଭୋଜି ପ୍ରସ୍ତୁତ ଚାଲିଥିବା ବେଳେ ସିଲିଣ୍ଡରରୁ ଗ୍ୟାସ୍‌ ଲିକ୍‌ ହୋଇ ବିସ୍ଫୋରଣ ଘଟିଥିଲା । ୬୦ ଜଣକ ଆହତଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜିଲ୍ଲାପାଳ ହିମାଶୁଂ ଗୁପ୍ତା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.