oom

ବାଦ୍ୟ ବିନୋଦ ପଣ୍ଡିତ ଉମେଶ କରଙ୍କ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପର୍ଣ୍ଣ

jsmm

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତୀୟ ସଂଗୀତ ଜଗତର ଚର୍ଚ୍ଚିତ ବାଦ୍ୟଗୁରୁ ପ୍ରଫେସର ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ଶେଷ କୃତ୍ୟ ଆଜି ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାର ଠାରେ ସଂପନ୍ନ ହୋଇଛି । ୭୪ ବର୍ଷୀୟ ସ୍ୱର୍ଗତ କର, ଭାରତବର୍ଷର ଅନନ୍ୟ ଶାସ୍ତ୍ରୀୟ ବାଦ୍ୟଗୁରୁ ଭାବେ ଅନେକ ବିଦେଶ ରାଷ୍ଟ୍ରରେ ଭାରତର ସୁନାମ ଆଣିଥିଲେ । ପୁରୀ ଦୋଳମଣ୍ଡପ ସାହିରେ ବାଦ୍ୟଗୁରୁ କ୍ଷେତ୍ରମୋହନ କରଙ୍କ ସୁପୁତ୍ର ତଥା ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଭାଇ ସ୍ୱର୍ଗତ କରଙ୍କ ମରଶରୀର ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର ପ୍ରସାଦ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ସି ବିଚ୍ ଥାନା ଆଇଆଇସି ଚିନ୍ମୟ ରାଉତ ଶବାଧାରରେ ମାଲ୍ୟାର୍ପଣ କରିଥିଲେ । ପରେ ଗୀତିକାର ବଦ୍ରି ମିଶ୍ର, କଣ୍ଠଶିଳ୍ପୀ ନିମାକାନ୍ତ ରାଉତରାୟ, ନଳିନୀକାନ୍ତ ନାୟକ, ଉମାବଲ୍ଲଭ ମହାପାତ୍ର, ସୀତା ବଲ୍ଲଭ ମହାପାତ୍ର, ରମାଦେବୀ ସଂଗୀତ ବିଭାଗର ପ୍ରଫେସର ଡକ୍ଟର ସୁଶିଲ ପଟ୍ଟନାୟକ, ଅଭିନେତା ଚନ୍ଦନ ପଣ୍ଡା, ବାଦ୍ୟ ଶିଳ୍ପୀ ସୁରେଶ ବେହେରା, ରାଜକୁମାର ରଥ, ବାସୁଦେବ ଛାଟୋଇ ପ୍ରମୁଖ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ସରକାରଙ୍କ ପକ୍ଷରୁ ସ୍ୱର୍ଗତ କରଙ୍କ ଉଦ୍ଦେଶ୍ୟରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଶବ ସଂସ୍କାରରେ ପୁତ୍ର ଅନିଷ କୁମାର କର ମୁଖାଗ୍ନୀ ଦେଇଥିବା ବେଳେ ସଂଗୀତ ଜଗତର ରଙ୍କନିଧି ପ୍ରଧାନ, ସୂର୍ଯ୍ୟ ଦିପ୍ତ କର, ସୂର୍ଯ୍ୟ ସ୍ନାତ କର, ବିନୋଦ ରାଉତ, ସମରେନ୍ଦ୍ର ନାୟକ, ତାପସ ସାହୁ, ଶୁଭକାନ୍ତ ସାହୁ, ସ୍ନେହାଶିଷ ପଟ୍ଟନାୟକ, ସତ୍ୟବ୍ରତ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.