oom

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଲା ଶିକ୍ଷାଧିକାରୀ ବଲାଙ୍ଗିରଙ୍କ କାର୍ଯ୍ୟାଳୟ ପରିସରରେ ଓଷ୍ଟା ବଲାଙ୍ଗିର ସଭାପତି ଅବନୀ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଉକ୍ତ ସଭାରେ ବଲାଙ୍ଗିର ଜିଲ୍ଲା ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଓ କଲେଜ କର୍ମଚାରୀ ଯୋଗଦାନ କରି ଅନୁଦାନ ଯୋଗ୍ୟ ସ୍କୁଲ କଲେଜକୁ ଅନୁଦାନ ପ୍ରଦାନ, ଚାକରି ସର୍ତ୍ତାବଳି, ଅବସର ଜନିତ ସୁବିଧା, ଚାକିରିକାଳ ୬୨କୁ ବୃଦ୍ଧି, ଅବିକଳ ସପ୍ତମ ବେତନ କମିଶନ ଇତ୍ୟାଦି ୮ ଦଫା ଦାବୀ ସଂପର୍କରେ କର୍ମକର୍ତ୍ତାମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ଓ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଉକ୍ତ ସଭାରେ ଓଷ୍ଟା ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ ସରକାରଙ୍କର କର୍ମଚାରୀ ବିରୋଧି ନୀତିକୁ କଟୁ ସମାଲୋଚନା କରିଥିଲେ । ଓଷ୍ଟା ଇସି ସଭ୍ୟ ତାରାକାନ୍ତ ମିଶ୍ର, ଆଗଲପୁର ଓଷ୍ଟା ସଂପାଦକ ଅମୂଲ୍ୟ ବେହେରା, ଗୋବିନ୍ଦ ଭୋଇ ପ୍ରମୁଖ ନିଜସ୍ୱ ମତାମତ ରଖି କାର୍ଯ୍ୟକ୍ରମକୁ ଆଗେଇବାକୁ ବକ୍ତବ୍ୟ ରଖିଥିଲେ । ଶେଷରେ ଓଷ୍ଟା ଯୁଗ୍ମ ସଂପାଦକ ଅନିଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କୁଶଧ୍ୱଜ ସାହୁ, ପୂର୍ଣ୍ଣଚନ୍ଦ୍ର ମେହେର, ସୁଧିର ନାଏକ, ମଦନ ମୋହନ ରଥ, ଦିଲିପ ପଧାନ, ଦିଲିପ ନାଏକ, ଗୋବର୍ଦ୍ଧନ ସାହୁ, ଗୋବିନ୍ଦ ବଗର୍ତ୍ତି, ଧନୁର୍ଦ୍ଧର ସାହୁ, ଅରବିନ୍ଦ ବାଗ, ସଞ୍ଜିବ ହୋତା, ପିତାମ୍ବର ଛତର, ଅଶୋକ ତ୍ରିପାଠୀ, ମନୋରଂଜନ ପଟେଲ, ମନୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.