ରିଷିଡା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଠାରେ ରିଷିଡା ଯୁବାମଞ୍ଚ ପକ୍ଷରୁ ବାପୁଜୀ ମିନିଷ୍ଟାଡିୟମ ଠାରେ ଚାଲିଥିବା ରିଷିଡା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଚତୁର୍ଥ ଦିନ ମ୍ୟାଚ୍‌ ଚିଚର୍ଲା ଓ ତୁର୍ଲା(ଟିଟିଲାଗଡ଼) ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ପରସ୍ପରକୁ ସମାନ ଗୋଲ ଦେବାରୁ ଟ୍ରାଇବ୍ରେକରର ସହାୟତା ନିଆ ଯାଇଥିଲା । ଏଥିରେ ତୁର୍ଲା, ଟିଟିଲାଗଡ଼ ଦଳ ୫-୩ରେ ଚିଚର୍ଲା ଦଳକୁ ପରାସ୍ତ କରି ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଛି । ମ୍ୟାଚ୍‌କୁ ପିଙ୍କୁ ଚନ୍ଦନ, ସନ୍ଦୀପ ତରାଇ, ଲଳିତ ଦାସ, ଲଳିତ ସାହୁ ପରିଚାଳନା କରିଥିଲେ । ଏହି ମ୍ୟାଚ୍‌ରେ ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଭ୍ୟ ଜାକିର ହୁସେନ, କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନର ସଭାପତି ତଥା ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ପ୍ରଦୀପ ଦାସ, ସ୍ୱାଗତ ଆଇଟିଆଇର ଅଧ୍ୟକ୍ଷ ପ୍ରୀତି ପଟ୍ଟନାୟକ, ବ୍ଲକ ଶିକ୍ଷକ ସଙ୍ଘର ପୂର୍ବତନ ସଭାପତି ଅଶୋକ କୁମାର ତ୍ରିପାଠୀ, ଉଦ୍ୟୋଗପତି ନେମିଚାନ୍ଦ ଜୈନ, ଜାତୀୟ ପୂର୍ବତନ ଫୁଟବଲ ଖେଳାଳି ସତ୍ୟ ନାରାୟଣ ପଣ୍ଡା, ସମିତି ସଭ୍ୟ ନିମାଇଁ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ । ଯୁବାମଞ୍ଚ ସଭାପତି ରଞ୍ଜନ କୁମାର ନାଏକ, ଯୁବାମଞ୍ଚ ସମ୍ପାଦକ ଉମାକାନ୍ତ ଭୋଇ, ଉପସଭାପତି ଗିରିଶ ଚନ୍ଦ୍ର ସୁନା, କୈଳାଶ କୁମୁରା, ଟୁର୍ଣ୍ଣାମେଣ୍ଟ ସମ୍ପାଦକ ସୌମ୍ୟରଞ୍ଜନ ତ୍ରିପାଠୀ, ଯୁବାମଞ୍ଚ ସାଙ୍ଗଠନିକ ସମ୍ପାଦକ ସୋନୁ ରଣା, କୋଷାଧ୍ୟକ୍ଷ ଲିପୁନ ରଣା, ସହସମ୍ପାଦକ ଦେବେନ୍ଦ୍ର ଲେଙ୍କା, ଅଜୟ କୁମାର, କୈଳାଶ କୁମାର, ଆକାଶ କୁମାର, ପ୍ରଦୀପ ମଲ୍ଲିକ, ପପୁ ସେଠ, ଲିପୁ ସେଠ, ବଣ୍ଟି ନାଏକ, ରାଜେଶ ଗଡତିଆ, ବବଲୁ ଦଣ୍ଡସେନା, ମୁକେଶ ନାଏକ, ତାରାଚନ ପୋଢ଼, ମନୋଜ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିବା ବେଳେ କମ୍ବୁପାଣି ସାହୁ, ମଧୁସୂଦନ ବାଗ ଧାରା ବିବାରଣୀ ପ୍ରଦାନ କରିଥିଲେ । ସ୍କୋରବୋର୍ଡ ଦାୟିତ୍ୱରେ ଗୋବର୍ଦ୍ଧନ ମାଝୀ ରହିଥିଲେ । ଆଜି ଏହି ଅବସରରେ ଜାତୀୟ ଫୁଟବଲ ଖେଳାଳି ସତ୍ୟ ନାରାୟଣ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶୁକ୍ରବାର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ସୋନପୁର ଶିଆଳି ଓ ତୁଷୁରା ଇଲେଭେନ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ସଭାପତି ନରୋତ୍ତମ ସେଲମା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.