ବେନ୍ଦର ରିଜର୍ଭ ଫରେଷ୍ଟ ଭିତରୁ ବିପୁଳ ପରିମାଣରେ କୁରୁଲୁ କାଠଗଣ୍ଡି ଜବତ କଲା ବନ ବିଭାଗ ବୋଲି ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗାର୍ଗୁଲି ବିଭାଗ ଅଧୀନରେ ଆସୁଥିବା ବେନ୍ଦର ରିଜର୍ଭ ଫରେଷ୍ଟ ଭିତରୁ ବିପୁଳ ପରିମାଣରେ କୁରୁଲୁ କାଠଗଣ୍ଡି ଜବତ କଲା ବନ ବିଭାଗ ବୋଲି ଡିଏଫ୍‌ଓ ନିତିଶ କୁମାର ସୂଚନା ଦେଇଛନ୍ତି । ଏହି ଚଢାଉରେ ଲାଠେର ରେଂଜର କର୍ମଚାରୀମାନେ ସାମିଲ ଥିବାବେଳେ ଚଢାଉ ସମୟରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର୍‌ ମାରିବାରେ ସକ୍ଷମ ହୋଇଥିବା ଜଣାପଡିଛି । ଅନ୍ୟପଟେ ଘଟଣାର ଅଧିକ ତଦନ୍ତ ଚାଲିଥିବା ନେଇ ଡିଏଫ୍‌ଓ କହିଛନ୍ତି ।

Leave A Reply

Your email address will not be published.