ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସର ସଫଳ ପ୍ରକ୍ଷେପଣ ପାଇଁ ଇସ୍ରୋ ଓ ଇନ-ସ୍ପେସକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍କାଏରୁଟ ଏରୋସ୍ପେସ ଦ୍ୱାରା ବିକଶିତ ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ- ସବଓର୍ବିଟାଲର ସଫଳ ପ୍ରକ୍ଷେପଣ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଓ ଇନ-ସ୍ପେସକୁ ଅଭିନନ୍ଦନ ଜଣାଇଛନ୍ତି ।
ଏକାଧିକ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଭାରତ ପାଇଁ ଏକ ଐତିହାସିକ କ୍ଷଣ, ସ୍କାଏରୁଟ ଏରୋସ୍ପେସ ଦ୍ୱାରା ବିକଶିତ ରକେଟ ବିକ୍ରମ-ଏସ ଆଜି ଶ୍ରୀହରିକୋଟାରୁ ଉତକ୍ଷେପିତ ହୋଇଛି ! ଭାରତର ଘରୋଇ ମହାକାଶ ଶିଳ୍ପ ପାଇଁ ଏହି ଯାତ୍ରା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହି ସଫଳତା ହାସଲ କରିଥିବାରୁ @isro ଓ @INSPACeINDକୁ ଅଭିନନ୍ଦନ ।”
“ଏହି ସଫଳତା ଆମ ଯୁବପିଢିଙ୍କ ଅସୀମ ପ୍ରତିଭାର ପ୍ରମାଣ ଦେଉଛି, ଯେଉଁମାନେ ଜୁନ ୨୦୨୦ରେ ଯୁଗାନ୍ତକାରୀ ମହାକାଶ କ୍ଷେତ୍ର ସଂସ୍କାର କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଲାଭ ଉଠାଇଥିଲେ ।”

Leave A Reply

Your email address will not be published.