ଛତ୍ରପୁରର ମାଷ୍ଟେର କୋଚିଙ୍ଗ ସେଣ୍ଟରର ମୁଖ୍ୟ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଅକାଳ ବିୟୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ମୁସିଲିକାଣ୍ଟି ସାହିରେ ଚାଲୁଥିବା ମାଷ୍ଟେର କୋଚିଙ୍ଗ ସେଣ୍ଟରର ମୁଖ୍ୟ ପ୍ରଦୀପ କୁମାର ପାଣିଗ୍ରାହୀ(୫୧)ଙ୍କ ଶୁକ୍ରବାର ରାତିରେ ଅକାଳ ବିୟୋଗ ଘଟିଛି । ସେ ଜଣେ ସଫଳ କୋଚିଂ ସେଣ୍ଟର ସାର, ତାଙ୍କର ଏହି ଅଞ୍ଚଳରେ ଭଲ ସୁନାମ ରହିଛି । ସେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ମଧ୍ୟରେ କୋଚିଂ ସେଣ୍ଟର ଖୋଲି ବହୁ ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଗଢ଼ିଛନ୍ତି । ତାଙ୍କର ଅନେକ ମେଧାବୀ ଛାତ୍ରଛାତ୍ରୀ କୃତିତ୍ୱର ସହ ସଫଳତା ହାସଲ କରି ଇଞ୍ଜିନିୟର, ଡାକ୍ତର, ଅଧ୍ୟାପକ, ଶିକ୍ଷକ ତଥା ଭଲ ରୋଜଗାରକ୍ଷମ ହୋଇ ରାଜ୍ୟ ଓ ଦେଶ ବାହାରେ ନିୟୋଜିତ ହୋଇଛନ୍ତି । ସେ ଦୀର୍ଘଦିନ ଧରି ହୃଦ୍‌ରୋଗରେ ଯନ୍ତ୍ରଣା ଅନୁଭବ କରୁଥିବା ଜଣାପଡିଛି । ହଠାତ୍‌ ଗତକାଲି ତାଙ୍କର ହୃଦସ୍ପନ୍ଦନରେ ପ୍ରତିକ୍ରିୟା ଦେଖାଦେଇଥିଲା । ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯିବା ବାଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି ଜଣାପଡିଛି । ସ୍ୱର୍ଗତ ପାଣିଗ୍ରାହୀଙ୍କ ଜନ୍ମସ୍ଥାନ ଛତ୍ରପୁର ନିକଟ ବିପୁଲିଙ୍ଗୀ ଗ୍ରାମ ଏବଂ ସେ ଅଦ୍ୟାବଧି ଛତ୍ରପୁର ସହରର ଗୌତ୍ତମ ନଗର ଅଞ୍ଚଳରେ ନିଜସ୍ୱ ଘର କରି ଏଠାକାର ବାସିନ୍ଦା ହୋଇ ରହିଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଏକମାତ୍ର ପୁଅ ଓ ପତ୍ନୀ, ପରିବାରବର୍ଗ ଥିଲେ । ତାହାଙ୍କ ବିୟୋଗରେ ଛତ୍ରପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.