centurian jitm

ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

  • ବିର୍ସା ମୁଣ୍ଡାଙ୍କୁ ଭାରତ ରତ୍ନ ପାଇଁ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗୋଁଣ୍ଡୱାନା ଭବନ ଠାରେ ମହାନ ସ୍ୱାଧିନତା ସଂଗ୍ରାମୀ କ୍ରାନ୍ତିକାରୀ ସହିଦ ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ପୌରାଂଚଳ ବଲାଙ୍ଗିର ଓ ଆଦିବାସୀ କଲ୍ୟାଣ ସଂଘ ଆନୁକୂଲ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି । ସହିଦ ବୀର ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସହିଦ ବିର୍ସା ମୁଣ୍ଡାଙ୍କ ସଂଗ୍ରାମୀ ଜୀବନ ଓ ଭାରତ ସ୍ୱାଧିନତା ପାଇଁ ତାଙ୍କର ମହାନ ଅବଦାନ ବିଷୟ ଆଲୋଚନା କରି ଭାରତ ରତ୍ନ ପ୍ରଦାନ ପାଇଁ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ସଭାରେ ସଂପାଦକ ନୃପ ଭୋଇ ସଭାପତିତ୍ୱ କରି ସ୍ୱାଗତ କରିଥିଲେ । ରାଜ୍ୟ ଶିକ୍ଷା ମହାସଚିବ ମୀନକେତନ ମାଝୀ ମୁଖ୍ୟ ଅତିଥି, ଅଧ୍ୟାପକ ଡ.କୌତୁକ ପନ୍ଦର ମୁଖ୍ୟ ବକ୍ତା, ରାଜ୍ୟ ଜିଏସ୍‌ୟୁ ସଭାପତି ସୁବ୍ରତ କୁମାର କୁଅଁର, ଡ. ଜଗନ୍ନାଥ ସାହୁ ସମ୍ମାନିତ ବକ୍ତା ଏବଂ ସମ୍ମାନିତ ଅତିଥି ଭାବରେ ନୃପତି ବଲ୍ଲଭ ଭୋଇ, ହେମସାଗର ଭୋଇ, ଆକାଶ ମାଝୀ ମଂଚାସୀନ ଥିଲେ । କମଳ କିଶୋର ଭୋଇ ଧନ୍ୟବାଦ ପ୍ରଦାନ କରିଥିଲେ ଓ କୁଷ୍ଣ ଧରୁଆ, ପ୍ରମୋଦ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.