jsm

ଟିକ୍ରାପଡାଠାରେ ଟ୍ୟୁସନ ଶିକ୍ଷକଙ୍କ ମାଡରେ ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ ଦେଲେ ଛାତ୍ରଙ୍କ ବାପା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଟିକ୍ରାପଡାଠାରେ ଟ୍ୟୁସନ ଶିକ୍ଷକଙ୍କ ମାଡରେ ଜଣେ ଛାତ୍ର ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ ଦେଲେ ଛାତ୍ରଙ୍କ ବାପା । ଅଭିଯୋଗ ଅନୁସାରେ ବଲାଙ୍ଗିର ଜିଲ୍ଲା ସାଲେପାଲିର ଉତ୍ତମ କୁମାର ଗୁପ୍ତାଙ୍କ ପୁଅ ଅମ୍ରିତ କୁମାର ଗୁପ୍ତା(୧୨) ପ୍ରତିଦିନ ଭଳି ଗତକାଲି ପାଠପଢିବା ପାଇଁ ଟିକ୍ରାପଡାରେ ଥିବା ଏକ୍ସିଲେନ୍ସି କୋଚିଙ୍ଗ ସେଣ୍ଟରକୁ ଯାଇଥିବା ବେଳେ କ୍ଲାସରେ ବସିଥିବା ସମୟରେ କୌଣସି କାରଣ ବସତଃ ମଗ୍‌ର ପାଣି ପଡିଯାଇଥିଲା । ତା’ପରେ କେଚିଙ୍ଗର ମାଲିକ ତଥା ଶିକ୍ଷକ ତରୁଣ ଅଗ୍ରୱାଲ ରାଗିଯାଇ ଛାତ୍ରଙ୍କୁ ମାଡ ମାରିଥିଲେ ଫଳରେ ଅମ୍ରିତଙ୍କ ଆଖି ନିକଟରେ ଫୁଲି ଯାଇଥିବା ବେଳେ ତାଙ୍କ ଗାଲରେ ହାତ ଚିହ୍ନ ରହିଯାଇଥିଲା । ପରେ ଅମ୍ରିତଙ୍କ ବାପା ଦୋକାନ ବନ୍ଦ କରି ଘରକୁ ଆସିବା ପରେ ପୁରା ଘଟଣା ବିଷୟରେ ଜାଣି ଟାଉନ ପୋଲିସ ପାଖରେ ଅଭିଯୋଗ କରିଛନ୍ତି । ଏ ନେଇ ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।

yuvodaya
Leave A Reply

Your email address will not be published.