ନଭେମ୍ବର ୧୮ରେ ଆତଙ୍କବାଦ ମୁକାବିଲା ସଂକ୍ରାନ୍ତ ମନ୍ତ୍ରିସ୍ତରୀୟ ସମ୍ମିଳନୀ ‘ନୋ ମନି ଫର ଟେରର’ରେ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୮ ତାରିଖ ପୂର୍ବାହ୍ନ ୯ଟା ୩୦ ମିନିଟ୍‌ରେ ନୂଆଦିଲ୍ଲୀ ସ୍ଥିତ ହୋଟେଲ ତାଜ ପାଲେସ ଠାରେ ଆତଙ୍କବାଦ ମୁକାବିଲା ସଂକ୍ରାନ୍ତ ତୃତୀୟ ମନ୍ତ୍ରିସ୍ତରୀୟ ସମ୍ମିଳନୀ ‘ନୋ ମନି ଫର ଟେରର’ ରେ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିବେ ।

ନଭେମ୍ବର ୧୮ ଓ ୧୯ରେ ଆୟୋଜିତ ହେଉଥିବା ଏହି ଦୁଇଦିନିଆ ସମ୍ମିଳନୀ ବିଭିନ୍ନ ଅଂଶଗ୍ରହଣକାରୀ ଦେଶ ଏବଂ ସଂଗଠନକୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ଏକ ମଞ୍ଚ ଯୋଗାଇବ । ବିଶେଷ କରି ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ସମସ୍ୟାର ମୁକାବିଲା ପାଇଁ ବର୍ତ୍ତମାନର ଅର୍ନ୍ତଜାତୀୟ ବ୍ୟବସ୍ଥା ଉପରେ ବିଚାରବିମର୍ଶ କରିବା ଏବଂ ଅନ୍ୟାନ୍ୟ ସମସ୍ୟାର ମୁକାବିଲା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନେଇ ସମ୍ମିଳନୀରେ ଆଲୋଚନା ହେବ । ପୂର୍ବରୁ ୨୦୧୮ ଏପ୍ରିଲରେ ପ୍ୟାରିସ୍ ଏବଂ ୨୦୧୯ ନଭେମ୍ବରରେ ମେଲବୋର୍ଣ୍ଣଠାରେ ଏହି ସମ୍ମିଳନୀର ପ୍ରଥମ ଦୁଇଟି ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ଏଥିରେ ହୋଇଥିବା ଆଲୋଚନାକୁ ଆଗକୁ ବଢ଼ାଇବା ଓ ପରବର୍ତ୍ତୀ ପଦକ୍ଷେପ ପାଇଁ ଯୋଜନା ପ୍ରସ୍ତୁତ କରିବା ସମେତ ଆତଙ୍କବାଦୀମାନଙ୍କୁ ମିଳୁଥିବା ଆର୍ଥିକ ସହାୟତାକୁ ବନ୍ଦ କରିବା ନେଇ ବୈଶ୍ୱିକ ସହଯୋଗ ଉପରେ ବିଚାରବିମର୍ଶ କରାଯିବ । ଏହି ସମ୍ମିଳନୀରେ ବିଭିନ୍ନ ଦେଶର ମନ୍ତ୍ରୀ, ବହୁରାଷ୍ଟ୍ରୀୟ ସଂଗଠନର ସଦସ୍ୟ ଓ ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସଙ୍କ ସମେତ ୪୫୦ ଦେଶର ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିବେ ।

ସମ୍ମିଳନୀରେ ମୁଖ୍ୟତଃ ଚାରିଟି ଅଧିବେଶନ ଜରିଆରେ ଆଲୋଚନା ହେବ । ସେଗୁଡିକ ମଧ୍ୟରେ ରହିଛି ‘ଆତଙ୍କବାଦ ଏବଂ ଆତଙ୍କବାଦକୁ ପାଣ୍ଠି ଯୋଗାଣର ବୈଶ୍ୱିକ ସ୍ଥିତି, ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ପାଇଁ ଆନୁଷ୍ଠାନିକ ଓ ଅଣ ଆନୁଷ୍ଠାନିକ ପଦ୍ଧତିର ଉପଯୋଗ, ନୂଆ ବୈଷୟିକ ଜ୍ଞାନ ଓ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିବା ସମସ୍ୟାର ମୁକାବିଲା ପାଇଁ ଅନ୍ତର୍ଜାତୀୟ ସହଯୋଗ ।

Leave A Reply

Your email address will not be published.

error: Content is protected !!