jayashree

ପିଆଇବିର ବୈଦ୍ୟୁତିକ କାର୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ.ମୁରୁଗାନ

  • ପେଟ୍ରୋଲ / ଡିଜେଲ କାରକୁ ବୈଦ୍ୟୁତିକ କାରରେ ବଦଳାଇବା ଦ୍ୱାରା ଅଙ୍ଗାରକ ର୍ନିଗମନ ହ୍ରାସ ପାଇବ : ଡକ୍ଟର ଏଲ ମୁରୁଗାନ

ଦିଲ୍ଲୀ, (ପିଆଇବି) : କେନ୍ଦ୍ର ମତ୍ସ୍ୟ, ପଶୁସମ୍ପଦ ଓ ଦୁଗ୍ଧ ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ.ମୁରୁଗାନ ଆଜି ପିଆଇବିର ବୈଦ୍ୟୁତିକ କାର୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ଡକ୍ଟର ଏଲ୍ ମୁରୁଗାନ୍ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦର୍ଶନରୁ ପ୍ରେରଣା ନେଇ ଭାରତ ସରକାର ଦେଶରେ ବୈଦ୍ୟୁତିକ ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଏହାକୁ ମୁଖ୍ୟ ସ୍ରୋତରେ ବ୍ୟବହାର କରିବା ପାଇଁ ଅନେକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ଡକ୍ଟର ଏଲ୍ ମୁରୁଗାନ୍ କହିଛନ୍ତି ଯେ ବୈଦ୍ୟୁତିକ କାରଗୁଡିକର ଚାହିଦାକୁ ଆହୁରି ବୃଦ୍ଧି ପାଇଁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି । ୨୦୨୩ ସୁଦ୍ଧା କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ବିଭାଗ ଦ୍ୱାରା ଖରିଦ ହେଉଥିବା କିମ୍ବା ଭଡାରେ ଆସୁଥିବା କାର ମଧ୍ୟରୁ ଅତିକମରେ ଏକ ତୃତୀୟାଂଶ ବୈଦ୍ୟୁତିକ କାର ହେବ । ସେହି ଲକ୍ଷ୍ୟ ଅନୁଯାୟୀ ଆଜି ୧୪ ଟି କାର ବଦଳାଇଥିବାରୁ ସେ ପତ୍ର ସୂଚନା କାର୍ଯ୍ୟାଳୟକୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.