ରାଷ୍ଟ୍ରପତିଙ୍କୁ ଦିଆସିଲି କାଠିର ତାଳଧ୍ୱଜ ଭେଟି ଦେବେ ଶାଶ୍ୱତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତ ଅବସରରେ ଦିଆସିଲି କାଠି ଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ ମହାମହିମଙ୍କୁ ଏକ ସ୍ୱତନ୍ତ୍ର ଭେଟି ପ୍ରଦାନ କରିବେ । ୧୦,୨୨୦ ଦିଆସିଲି କାଠିରେ ନିର୍ମିତ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥର ଏକ କ୍ଷୁଦ୍ର ମଡେଲ୍‌ ସେ ଶ୍ରୀମତୀ ମୁର୍ମୁଙ୍କୁ ସାକ୍ଷାତ କରି ଭେଟି ଦେବେ । ଏହି ରଥ ପ୍ରସ୍ତୁତ କରିବାକୁ ଶାଶ୍ୱତଙ୍କୁ ୧୧ ଦିନ ସମୟ ଲାଗିଥିଲା । ରଥଟିକୁ ସେ ୨୦୨୧ ମସିହାରୁ ନିର୍ମାଣ କରି ରଖିଥିଲେ ।

Leave A Reply

Your email address will not be published.