
କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ଥାନା ଢୋଲମାନ୍ଦଲ ପଞ୍ଚାୟତ ସଦର ଗ୍ରାମରେ ସୋମବାର ଦାଦନ ଶ୍ରମିକ ଚାଲାଣ ରୋକିବା ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏସ୍ଡିପିଓ ଲକ୍ଷ୍ମୀ ନାରାୟଣ ମରାଣ୍ଡି, ତୁରେକେଲା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି, ଏଡ୍ଏଟ୍ ଆକ୍ସନ ଜିଲ୍ଲା ସଂଯୋଜକ ସନ୍ଧ୍ୟାରାଣୀ ପତି, ସଂଯୋଜକ ଦୟାସାଗର ପ୍ରଧାନ, ଆଇସିଡିଏସ୍, ସୁପରଭାଇଜର, ସତ୍ୟଭାମା ମହାନନ୍ଦ ମଞ୍ଚାସୀନ ଥିଲେ । ଏଥିରେ ପଞ୍ଚାୟତର ଆଶା, ଅଙ୍ଗନୱାଡି କର୍ମୀଙ୍କ ସହ ଶତାଧିକ ମହିଳା ପୁରୁଷ ସାମିଲ ଥିଲେ ।