jsm

ବଲାଙ୍ଗିର ଦିନ୍‌ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦ୍ୟ ଅପରାହ୍ନ ୩ଟା ସମୟରେ ନଭେମ୍ବର ୧ ବଲାଙ୍ଗିର ଦିନ୍‌ ଉପଲକ୍ଷେ ବଲାଙ୍ଗିର କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ଶଙ୍ଖ ଫୁଙ୍କା, ମେହେନ୍ଦି ଓ ଆମର ପିଠା ମଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜି ସର୍ବପ୍ରଥମେ ମା’ ସମଲେଶ୍ଵରୀ ମା’ ପାଟଣେଶ୍ୱରୀଙ୍କ ପାଖରେ ପୁଷ୍ପମାଲ୍ୟ ଦେଇ ପୂଜା କରାଯାଇଥିଲା । ତା’ପରେ ମେହେନ୍ଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୪୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ବିଚାରକ ଭାବରେ ହିମାନୀ ତ୍ରିପାଠୀ, ବାସୁଦେବ ମେହେର ଯୋଗ ଦେଇଥିଲେ । ତା’ପରେ ଶଙ୍ଖ ଫୁଙ୍କା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୨୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ବିଚାରକ ଭାବରେ କବିତା ପଟ୍ଟନାୟକ, ସରିତା ଦାସ ଯୋଗ ଦେଇଥିଲେ । ଏହାକୁ ସଂପୂର୍ଣ୍ଣା ଅନୁଷ୍ଠାନର ସନ୍ଦୀପ ମେହେର, ରଶ୍ମି ପାତ୍ର, ସନ୍ଦୀପ ଶତପଥୀ, ନିଲମଣି ଶତପଥୀ, ପୁଷ୍ପାଞ୍ଜଳି ମେହେର, ରଶ୍ମିତା ଡାକୁଆ, ମମତା ବେହେରା, ମିଲିଲତା ପଟ୍ଟନାୟକ ପରିଚାଳନା କରିଥିଲେ । ପରବର୍ତ୍ତୀ ସମୟରେ ଆମର ପିଠା ମଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୩୬ ଜଣ ମହିଳା ଭାଗ ନେଇ ବିଭିନ୍ନ ପ୍ରକାରର ପିଠା ମଡ଼ା ପରିବେଷଣ କରିଥିଲେ । ବିଚାରକ ଭାବରେ କସ୍ତୁରୀ ରଥ, ପଦ୍ମିନୀ ପାଣିଗ୍ରାହୀ, ଅନୁପ୍ରିୟା ମିଶ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଭିଲେଜ ଲାଇଫ ଷ୍ଟାଇଲର ଲକି ହୋତା, ଯୋତିଷ ହୋତା, ଅକ୍ଷୟ ସରାଫ ଆୟୋଜନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ ଲିକା ସାହୁ, ଗୋପାଳଜୀ ପାଣିଗ୍ରାହୀ, ସରିତା ବାଗ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଗୋପାଳ ପ୍ରଧାନ, ବିନୋଦ କାଳସାଏ, ନୂତନ ଦାସ, ସୋମନାଥ ମିଶ୍ର, ଅବିଶେକ ଦାସ, ଗୋବିନ୍ଦ ଶତପଥୀ, ସଞ୍ଜୀବ ସାହୁ, ଥବୀର କର୍ମୀ, ସୁମେସ ଡାଙ୍ଗ, ରିଲୁ ରଥ, ରଞ୍ଜିତ ପ୍ରଧାନ, ହରିଓମ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.