oom

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଉପଲକ୍ଷେ ରକ୍ତଦାନ ଶିବିର

jsmm

ପୁଇଁତଲା, (ଶମ୍ଭୁନାଥ ସାହୁ) : ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମଦିନ ଅବସରରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ବିଜୁ ଯୁବ ଛାତ୍ର ଜନତା ଦଳ ପୁଇଁତଲା ବ୍ଲକ ଲୋଇସିଂହା ନିର୍ବାଚନ ମଣ୍ଡଳୀ ତରଫରୁ ଛତାପିପଲ ପଂଚାୟତ ବେହେରାପାଲି ଗ୍ରାମ ଠାରେ ବ୍ଲକ ଯୁବ ସଭାପତି ସୁଧୀର ଅମାତ ଓ ଛାତ୍ର ସଭାପତି ଶ୍ରୀପତି ପଧାନଙ୍କ ସଭାପତିତ୍ୱରେ ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ । ଏହି ରକ୍ତଦାନ ଶିବିରରେ ଅନ୍ୟାନ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ,୧୯ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟା ସବିତା ସେଟ, ଛତାପିପଲ ସରପଞ୍ଚ ଶୈଳେନ୍ଦ୍ରି ମହାକୁଡ଼, ଆଗଲପୁର ବ୍ଲକ ଯୁବ ସଭାପତି ନାରାୟଣ ସାହୁ ପ୍ରମୁଖ ଉପସ୍ଥିତି ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ମହିଳା ଯୁବ ଓ ଛାତ୍ର ପ୍ରମୁଖ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରରେ ସର୍ବମୋଟ ୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ଶିବିରକୁ ବିନୟ ଡାଙ୍ଗ, ଅଂକୁର ମହାକୁଡ଼, ଗୁରିଆ ଭୁଏ, ପ୍ରକାଶ ଦାସ, ରିଙ୍କୁ ନାଏକ, ଭାଗ ସେଠ, କଲାକାହ୍ନୁ ରଣା, କୁଳମଣି ଭୋଇ ପ୍ରମୁଖ ସହାୟତା କରିଥିଲେ ।

jittmm
Leave A Reply

Your email address will not be published.