ସଡ଼କ ଦୁର୍ଘଟଣାରେ ୨ ମହିଳା ମୃତ

ଯାଜପୁର : ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟରେ ଟ୍ରକ ଧକ୍କାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ଭୁବନେଶ୍ଵର ସହିଦନଗର ଅଞ୍ଚଳରୁ ଏକ ପରିବାର ଯାଜପୁର ବିରଜା ଦର୍ଶନ ପାଇଁ ଯାଉଥିବା ବେଳେ ଛତିଆ ନିକଟରେ ଜଳଖିଆ ଖାଇବା ପାଇଁ ରହିଥଲେ । କାରର ଡ୍ରାଇଭର ହ୍ୟାଣ୍ଡବ୍ରେକ ନ ପକାଇ ବାହାରକୁ ଯାଇଥିବା ସମୟରେ ଗାଡି ଟି ଗଡିବାକୁ ଲାଗିଥିଲା । ଫଳରେ ଦୁଇ ମହିଳା ଗାଡିରୁ ଡେଇଁ ପଡ଼ିଥିବା ବେଳେ ପଛରୁ ଆସୁଥିବା ଟ୍ରକ ଟି ଧକ୍କା ଦେବା ଫଳରେ ଦୁଇ ମହିଳାଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ମୃତକମାନେ ହେଲେ ଭୁବନେଶ୍ଵର ସହିଦନଗର ଅଞ୍ଚଳର ଗୀତାରାଣୀ ପାଢ଼ୀ ଓ ସସ୍ମିତା ପାଢ଼ୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.