jsm

ପୁରୁଣା ପେନସନ୍‌ ଦାବୀ ନେଇ ବିଇଓ ପୁଇଁନ୍ତଲାଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏନ୍‌ପିଏସ୍‌) ଡାକରାରେ ପୁଇଁନ୍ତଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଅର୍ଥ ମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୁରୁଣା ପେନସନ୍‌ କାର୍ଯ୍ୟକାରୀ କରିବା ପାଇଁ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ରଟିକୁ ବିଇଓ ପୁଇଁନ୍ତଲାଙ୍କ ଅନୁପସ୍ଥିତିରେ ଏବିଓ ଦୁର୍ବାଦଳ ମିଶ୍ର ଦାବୀପତ୍ର ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ବ୍ଲକରୁ ୩୫୦ରୁ ଅଧିକ ପ୍ରାଥମିକ ଶିକ୍ଷକ (ଏନ୍‌ପିଏସ୍‌), ଏକ୍ସ-କେଡର ପ୍ରାଥମିକ ଶିକ୍ଷକ ଓ କନିଷ୍ଠ ଶିକ୍ଷକଙ୍କୁ ନେଇ ଏକ ର‍୍ୟାଲି ପୁଇଁନ୍ତଲା ଛକଠାରୁ ବାହାରି ବିଇଓ ପୁଇଁନ୍ତଲାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭ ପ୍ରଦର୍ଶନରେ ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ସିତୋଶ ପାଣିଗ୍ରାହୀ, ବ୍ଲକ ସଂପାଦକ ଅଞ୍ଜନ କୁମାର ସାଏ, ଏକ୍ସ-କେଡର ବ୍ଲକ ସଂଘର ସଭାପତି ତରଣିସେନ ପ୍ରଧାନ, ସଂପାଦକ ଉକାଲୁ ସା, କନିଷ୍ଠ ଶିକ୍ଷକ ସଂଘର ସଭାପତି ମାନସ କୁମାର ପାଣିଗ୍ରାହୀ, ବ୍ଲକ ମିଳିତ ଶିକ୍ଷକ ସଂଘର ଆବାହକ ଉମେଶ ଚନ୍ଦ୍ର ନନ୍ଦ ଏବଂ ପୂର୍ବତନ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ବଂଶୀଧର ସା ପ୍ରମୁଖ ମଂଚାସୀନ ହୋଇ ପୁରୁଣା ପେନସନ୍‌ ଲାଗୁ କରିବା ପାଇଁ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସୁମନ ସାହୁ, ସୁଜ୍ଞାନ ସେଠ, ଅବିନାଶ ମାଝି, ବିକ୍ରମାଦିତ୍ୟ ସାହୁ, ନୀଳମଣି ପଣ୍ଡା, ଯଜ୍ଞେଶ୍ଵର ସାହୁ, ନିତ୍ୟରାଜ ସେଠ, ଅନଙ୍ଗ ନାରାୟଣ ବିଶ୍ୱାଲ, ସରୋଜ ଗଡତ୍ୟା, ଦେବଦତ୍ତ ପଟେଲ, ଅଜିତ ଶତପଥି, ସୁଶିଲ ମିଶ୍ର, ପ୍ରଶାନ୍ତ ବିଶ୍ୱାଲ, ସୌରେନ୍ଦ୍ରୀ ପରିଡା ପ୍ରମୁଖ ସହଯୋଗ କରିଥିଲେ । ଆଗାମୀ ୨୯ ଅକ୍ଟୋବର ଦିନ ଜିଲ୍ଲାସ୍ତରୀୟ ର‍୍ୟାଲିକୁ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଭାଗନେବାକୁ ଆହ୍ୱାନ କରାଯାଇଥିଲା । କାର୍ଯ୍ୟକ୍ରମଟିକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଫଳ କରିଥିବାରୁ ପୂର୍ବତନ ଜିଲ୍ଲା ସଭାପତି ଶିକ୍ଷା ସହାୟକ ସଂଘ ପ୍ରମୋଦ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.