ହିନ୍ଦ୍ ମଜଦୁର ସଭାର କ୍ରାନ୍ତିବୀର ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୨୧ତମ ଜନ୍ମ ଦିନ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ହିନ୍ଦ୍ ମଜଦୁର ସଭା ସହବନ୍ଧିତ ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭା ତରଫରୁ ବିଶ୍ରା ରୋଡ୍‌ ସ୍ଥିତ ରାଉରକେଲା ମଜଦୁର ସଭାର କାର୍ଯ୍ୟାଳୟ ପ୍ରାଙ୍ଗଣରେ କ୍ରାନ୍ତିବୀର ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୨୧ତମ ଜୟନ୍ତୀ ପାଳନ ଅବସରରେ ରାଉରକେଲା ମଜଦୁର ସଭାର ସଭାପତି ତଥା ଶ୍ରମିକ ନେତା ଶଶଧର ନାୟକ ମୁଖ୍ୟ ଅତିଥି ଓ ଅନ୍ୟମାନେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । କିଭଳି ଜରୁରୀକାଳୀନ ପରିସ୍ଥିତି ପରେ ଦେଶବାସୀ ଯେତେବେଳେ ଜୟପ୍ରକାଶ ନାରାୟଣଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଚାହୁଁଥିଲେ ସେତେବେଳେ ସେ ମନା କରିବା ସହିତ ମୋରାରଜୀ ଦେଶାଇଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରାଇ ନିଜକୁ ଜଣେ ସଚ୍ଚା ସମାଜବାଦୀ ନେତା ଭାବେ ନିଜକୁ ପ୍ରମାଣିତ କରିଥିଲେ । ରାଉରକେଲା ମଜଦୁର ସଭାର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ନାୟକ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଗୁଣଗାନ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ । ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭା ସାଧାରଣ ସମ୍ପାଦକ ଦିଗମ୍ବର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ । ସେହିପରି କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ଓ କଲ୍ୟାଣ ବୋର୍ଡର ଶିକ୍ଷାଧିକରୀ ଡ. ଧର୍ମେନ୍ଦ୍ର ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଅସଙ୍ଗଠିତ ଶ୍ରମିକମାନଙ୍କୁ ସରକାରୀ ବିଭିନ୍ନ ପ୍ରକାରର ଯୋଜନା ବିଷୟରେ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ କୁମାର ଦାସ, ଦିଲୀପ ଜେନା, ସିଦ୍ଧେଶ୍ୱର ବଳ, ମହେଶ୍ୱର ମହାପାତ୍ର ପ୍ରଭୃତି ନିଜ ନିଜର ମତାମତ ଜରିଆରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଗୁଣଗାନ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.