ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ – ପଞ୍ଚମ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିବସରେ ୩ଟି ମ୍ୟାଚ ଖେଳା ଯାଇଛି । ବାଳକ ବିଭାଗରେ ଟିଟିଲାଗଡ ଓ ଆଗଲପୁର ଓ ବଙ୍ଗୋମୁଣ୍ଡା ଓ ପୁଇଁନ୍ତଲା ଏବଂ ବାଳିକା ବିଭାଗରେ ଟିଟିଲାଗଡ ଓ ପୁଇଁନ୍ତଲା ବ୍ଲକ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଟିଟିଲାଗଡ ୨-୧ ଗୋଲରେ ଆଗଲପୁରକୁ ପରାଜିତ କରିଥିଲେ । ଟିଟିଲାଗଡ ଦଳ ତରଫରୁ ଜର୍ସି ନଂ- ୩ ଖଗେଶ୍ଵର ଭୋଇ ଓ ଜର୍ସି ନଂ- ୧୧ ସୁବ୍ରତ ମାଝି ଗୋଟିଏ ଲେଖାଏଁ ଓ ଆଗଲପୁର ଜର୍ସି ନଂ-୪ ତ୍ରିନାଥ ନାଏକ ଗୋଟିଏ ଗୋଲ ସ୍କୋର କରିଥିଲେ । ବଙ୍ଗୋମୁଣ୍ଡା ପୁଇଁନ୍ତଲାକୁ ୩-୦ ଗୋଲରେ ପରାଜିତ କରିଥିଲେ । ଦଳ ତରଫରୁ ଜର୍ସି ନଂ -୩, ହିମାଂଶୁ ସାହୁ, ଜର୍ସି ନଂ -୧୫ ଶ୍ରୀୟଶ କୁମାର ମେହେର, ଜର୍ସି ନଂ -୧୧ ଆକାଶ ଟାନି ଗୋଟିଏ ଲେଖାଏଁ ଗୋଲ କରିଥିଲେ । ସେହିପରି ବାଳିକା ବିଭାଗରେ ଟିଟିଲାଗଡ ପୁଇଁନ୍ତଲାକୁ ୩-୦ ଗୋଲରେ ପରାଜିତ କରିଥିଲେ । ଦଳ ତରଫରୁ ଜର୍ସି ନଂ -୧୧ ଧନିତା ଭୋଇ ୨ଟି ଓ ଜର୍ସି ନଂ -୧୦ ବବିତା ଜାନି ୧ ଗୋଲ କରିଥିଲେ ।

ଆଜିର ଖେଳରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, କେଶବ ମେହେର ଓ ଅନ୍ୟତମ ଅତିଥି ଭାବରେ ଶାରୀରିକ ଶିକ୍ଷା ନିରୀକ୍ଷକ, ଅନ୍ତର୍ଯ୍ୟାମି ବିଶ୍ଵାଳ, ବରିଷ୍ଠ ସାମ୍ବାଦିକ, ଗୋପବନ୍ଧୁ ଶତପଥି, ସଂସ୍କୃତ ଅଧ୍ୟାପକ, ମହିଳା ମହାବିଦ୍ୟାଳୟ, ବଲାଙ୍ଗିର, ପୂର୍ବତନ ଶାରୀରିକ ଶିକ୍ଷା ନିରୀକ୍ଷକ, ରଜନାଦିନୀ ବୋହିଦାର, ପ୍ରଧାନ ଶିକ୍ଷକ ଶିନୁ ସୁନ୍ଦର ପାଢୀ, ସୁନୀଲ ବେହେରା ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଖେଳକୁ ରାଜେନ୍ଦ୍ର ଧାରୁଆ, ଉପେନ୍ଦ୍ର ଚନ୍ଦନ, ମୋହନ ପ୍ରଧାନୀ, ରାଜ କୁମାର ପାଣିଗ୍ରାହୀ, ସୁଦର୍ଶନ ସେଠ, ରାଜେନ୍ଦ୍ର ସେଠ, ସସ୍ମିତ ରାନୀ ମିଶ୍ର, ଆଶୀଷ ଦେବ ସାହା, ଦୋଳଗୋବିନ୍ଦ ମୁଣ୍ଡା, ବିଜୟ କୁମାର ଖମାରି, ରାଜେଶ ସ୍ଵାଇଁ ଓ ଉପେନ୍ଦ୍ର ଚନ୍ଦନ ପରିଚାଳନା କରିଥିଲେ । ନରସିଂହ ସ୍ଵାମୀ ନାଇଡୁ ଓ ବୈକୁଣ୍ଠ ଜେନା ମୁଖ୍ୟ ଖେଳ ପରିଚାଳକ ଦାୟିତ୍ଵ ତୁଲାଇଥିଲେ ।

ଆଜି ବାଳକ ବିଭାଗରେ ସେମି ଫାଇନାଲ ମ୍ୟାଚ ଟିଟିଲାଗଡ, ବଙ୍ଗୋମୁଣ୍ଡା ଓ ବଲାଙ୍ଗିର, ଖପ୍ରାଖୋଲ ଓ ବାଳିକା ବିଭାଗରେ ଟିଟିଲଗଡ ଓ ମୁରିବାହଲ ବ୍ଲକ ମଧ୍ୟରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.