ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଧର୍ମଶାଳା ପରିସରରେ ନୃସିଂହନାଥ ଆୟୁର୍ବେଦ କଲେଜ ତରଫରୁ ହର୍ ଦିନ ହର୍ ଘର ଆୟୁର୍ବେଦ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହାକୁ କଲେଜର ସମ୍ପାଦକ ତଥା ପ୍ରଶାସକ ମନୋଜ ତ୍ରିବେଦୀ ଉଦ୍ଘାଟନ କରିଥିଲେ । ନୃସିଂହ ମହାପ୍ରଭୁ ଓ ଧନ୍ଵନ୍ତରୀ ଦେବଙ୍କ ଫୋଟଚିତ୍ରରେ ଅନିଲ କାଳିଆ, ନନ୍ଦଲାଲ ତ୍ରିବେଦୀ, ମନୋଜ ତ୍ରିବେଦୀ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ଅନ୍ୟ ୪୮ ଜଣ ବରିଷ୍ଠ ନାଗରିକ ଏଥିରେ ଯୋଗ ଦେଇ ସେମାନେ ମଧ୍ୟ ପୂଜା କରିଥିବା ଦେଖା ଯାଇଥିଲା । ପ୍ରଫେସର ଡାକ୍ତର ଅରୁଣ ଠାକୁର, ଡାକ୍ତର ସୁଶାନ୍ତ ସାହୁ ଆୟୁର୍ବେଦ ଦୃଷ୍ଟି କୋଣରୁ ବୃଦ୍ଧାବସ୍ତାରେ କିପରି ଜୀବନ ଚର୍ଚ୍ଚା, ଖାଦ୍ୟ ପେୟ ଓ ଯୋଗ ଅଭ୍ୟାସ କରି ଶରୀରକୁ ଫିଟ୍ ରଖିବେ ସେ ନେଇ ଅନେକ ଯୋଗ, ପ୍ରାଣାୟାମ ବତାଇ ଥିବା ବେଳେ ଡାକ୍ତର ସୋନାଲିକା ସାହୁ, ସୋନାଲି ପ୍ରଧାନ, ଜସ୍ମିନ ସାହୁ, ମଧୁସ୍ମିତା ସାମନ୍ତରାୟ, ଅନିଶା ଶତପଥି, ପ୍ରିୟଙ୍କା ପ୍ରିୟଦର୍ଶିନୀ, ଭାଗ୍ୟଶ୍ରୀ ଶବର ଓ ରଶ୍ମିତା ପାଢ଼ୀ ପ୍ରାକ୍ଟିକାଲ ଭାବରେ ଦେଖାଇଥିଲେ । ତାଙ୍କୁ ଯୋଗ ଶିକ୍ଷକ ନିବାସ କରଣ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ସମସ୍ତଙ୍କୁ ମାଣ୍ଡିଆ ପିଠା ଓ ମାଣ୍ଡିଆ ଚା’ ସମସ୍ତଙ୍କୁ ଆଠ ଜଣ ମହିଳା ଚିକିତ୍ସକମାନେ ପରିବେଷଣ କରିଥିଲେ । ଝିଅମାନଙ୍କର ଏତେ ଗୁଡିଏ କାମକୁ ସୁନ୍ଦର ଭାବରେ କରିଥିବାରୁ ସମସ୍ତ ବୟୋଜ୍ୟେଷ୍ଠ ନାଗରିକମାନେ ବହୁତ ପ୍ରଶଂସା କରିଥିଲେ । ଡାକ୍ତର ସୁଶାନ୍ତ ସାହୁ ଧନ୍ୟବାଦ ଦେଇଥିଲେ ।
Next Post