ଶାଲେପାଲି ଅଞ୍ଚଳରୁ ପ୍ରେମିକାଙ୍କ ମୋବାଇଲ ଓ ଟଙ୍କା ନେଇ ଛୁ’ ମାରିଲା ପ୍ରେମିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରେମିକାଙ୍କ ମୋବାଇଲ ଓ ଟଙ୍କା ନେଇ ଛୁ’ ମାରିଲା ପ୍ରେମିକ । ଏମିତି ଏକ ଅଭିଯୋଗ ଆସିଛି ବଲାଙ୍ଗିର ଟାଉନଥାନା ଅନ୍ତର୍ଗତ ଶାଲେପାଲି ଅଞ୍ଚଳରୁ । ଅଭିଯୋଗକାରିଣୀ ମହିଳା ଜଣକ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ତୁଷୁରା ଅଞ୍ଚଳର । ସୂଚନା ଅନୁସାରେ ବର୍ଷକ ତଳେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ନିଜ ଚାରି ପିଲାଙ୍କୁ ଧରି ସେ କଷ୍ଟେମଷ୍ଟେ ଚଳି ଆସୁଥିଲେ । ତେବେ ଅଭିନାଶ କୁମ୍ଭାର ନାମକ ଜଣେ ଯୁବକଙ୍କ ସହ ପ୍ରେମ କରି ସେ ଶାଲେପାଲିକୁ ଚାଲିଆସି ଏକ ଘରେ ଭଡାରେ ରହୁଥିଲେ । ହେଲେ ଗତ ୧୭ ତାରିଖରେ ମହିଳାଙ୍କ ସଞ୍ଚିତ ଟଙ୍କା ଓ ମୋବାଇଲ ଚୋରି କରି ପ୍ରେମିକ ଜଣକ କେଉଁଆଡେ ଚାଲି ଯାଇଥିବା ବଲାଙ୍ଗିର ଟାଉନଥାନାରେ ମହିଳା ଜଣକ ଅଭିଯୋଗ କରିବା ସହ ପୁଲିସ ଏହାର ତଦନ୍ତ କରି ଯୁବକଙ୍କୁ ଗିରଫ କରିବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.