ଆଜି ଶାସ୍ତ୍ରୀ ଜୟନ୍ତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ଅଟେ । ଆସନ୍ତୁ ଜାଣିବା ଶାସ୍ତ୍ରୀଙ୍କ ବିଷୟରେ କେତେକ କଥା ।

ଲାଲ ବାହାଦୁର ଶାସ୍ତ୍ରୀ ୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ବାରଣାସୀର ମୁଗଲସରାୟଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ସାରଦା ପ୍ରସାଦ ଶ୍ରୀବାସ୍ତବ, ମାତାଙ୍କ ନାମ ରାମଦୁଲାରୀ ଦେବୀ ଓ ତାଙ୍କ ଧର୍ମପତ୍ନୀଙ୍କ ନାମ ଲଳିତା ଶାସ୍ତ୍ରୀ ଅଟେ । ଲାଲ୍‌ ବାହାଦୁର ଶାସ୍ତ୍ରୀ ଯେତେବେଳେ ମାତ୍ର ୧୧ ବର୍ଷର ଥିଲେ ସେତେବେଳରୁ ହିଁ ସେ ନିଜ ରାଷ୍ଟ୍ର ପାଇଁ କିଛି କରିବା ନିମନ୍ତେ ନିଜ ମନୋବଳକୁ ଦୃଢ କରିଥିଲେ । ଲାଲ୍‌ ବାହାଦୁର ଶାସ୍ତ୍ରୀ ଜଣେ ଗାନ୍ଧୀବାଦୀ ନେତା ଥିଲେ । ସେ କଂଗ୍ରେସ ପାର୍ଟିର ବରିଷ୍ଠ ନେତାମାନଙ୍କ ମଧ୍ୟରେ ଜଣେ ଥିଲେ । ଶାସ୍ତ୍ରୀଜୀ ମହାତ୍ମା ଗାନ୍ଧୀଙ୍କ ସେହି ସମର୍ଥକମାନଙ୍କ ମଧ୍ୟରେ ଥିଲେ ଯେଉଁମାନଙ୍କର ବିଚାରକୁ ମହତ୍ୱ ଦିଆଯାଉଥିଲା ଓ ଆଦର ସମ୍ମାନ କରାଯାଉଥିଲା । ଦେଶରେ ହୋଇଥିବା ହରିତ କ୍ରାନ୍ତି ଓ ଦୁଗ୍ଧ କ୍ରାନ୍ତି ପଛରେ ଶାସ୍ତ୍ରୀଜୀଙ୍କ ଅତୁଳନୀୟ ଅବଦାନ ରହିଥିଲା । ଦେଶରେ କୃଷି ଉତ୍ପାଦନକୁ ବଢାଇବା ଓ କୃଷକଙ୍କ ଉପରେ ହେଉଥିବା ଶୋଷଣକୁ ଅଟକାଇବା ପାଇଁ ସେ ‘ଜୟ ଜବାନ, ଜୟ କିଷାନ’ ନାରା ଦେଇଥିଲେ । ୧୯୬୬ ମସିହା ଜାନୁଆରୀ ୧୧ ତାରିଖରେ ତାସକେନ୍ଦଠାରେ ଶାସ୍ତ୍ରୀଜୀଙ୍କ ତିରୋଧାନ ଘଟିଥିଲା ।

ଶାସ୍ତ୍ରୀଜୀଙ୍କୁ ସ୍ମରଣ କରିବା ତଥା ତାଙ୍କ ବଳିଦାନକୁ ମନେପକାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ତାଙ୍କ ଜନ୍ମଦିନ ଅକ୍ଟୋବର ୨ ତାରିଖକୁ ଶାସ୍ତ୍ରୀ ଜୟନ୍ତୀ ଭାବେ ପାଳନ କରାଯାଇଥାଏ ।

Leave A Reply

Your email address will not be published.

error: Content is protected !!