jsm

ବଲାଙ୍ଗିର ଦିନ୍‌ ସ୍ମରଣିକା ସମ୍ପାନ କମିଟିର ବୈଠକ

csstore
  • ଅବିଭକ୍ତ ବଲାଙ୍ଗିର ଜିଲ୍ଲାର କଥା ଝଲସିବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପତିତପାବନ ଉଚ୍ଚବିଦ୍ୟାଳୟ ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଦିନର ସ୍ମରଣିକା, ସମ୍ପାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଅଙ୍କୁଶ ପାଣ୍ଡିଆଙ୍କ ସଭାପତିତ୍ୱ ତଥା ସମ୍ପାଦକ ପ୍ରଶାନ୍ତ ମହାକୁରଙ୍କ ଆବହକତ୍ୱରେ ଆୟୋଜିତ ବୈଠକରେ ସହରର ମାଣ୍ୟଗନ୍ୟ, ବୁଦ୍ଧିଜୀବୀ, ସମ୍ଭକାର, ସାମ୍ବାଦିକ ଯୋଗ ଦେଇଥିଲେ । ବଲାଙ୍ଗିର ଦିନ ଆସନ୍ତା ନଭେମ୍ବର ୧ ତାରିଖରେ ପାଳନ ହେବାକୁ ଥିବା ବେଳେ ଅକ୍ଟୋବର ମାସ ଶେଷ ସପ୍ତାହରୁ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିଗତ ଦୁଇ ବର୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଆସୁଥିବା ବେଳେ ଚଳିତ ବର୍ଷ ସ୍ମରଣିକା ଓ ବଲାଙ୍ଗିର ବିଷୟ ସମ୍ପର୍କିତ ସମ୍ପାନକୁ ବେଶ ଗୁରୁତ୍ୱାରୋପ ଦେଇଛି କମିଟି । କେବଳ ଅବିଭକ୍ତ ବଲାଙ୍ଗିର ଜିଲାର ସଂସ୍କୃତି, ଐତିହ, ପରମ୍ପରା, କୃତି, ପ୍ରକୃତି, ବୀରତ୍ୱର ଗାଥା, ଅନାଲୋଚିତ କଥା ଝଲସିବ ବୋଲି ମତପ୍ରକାଶ ପାଇଥିଲା । ବଲାଙ୍ଗିର ଦିନ ଉପଲକ୍ଷେ ସ୍ମରଣିକାର ନାମକରଣ ବିଚାର ବିମର୍ଷ ପରେ ଖୁବଶୀଘ୍ର ଘୋଷଣା କରାଯିବ । ପ୍ରକାଶିତ ହେବାକୁ ଥିବା ସ୍ମରଣିକା ବଲାଙ୍ଗିର ସମ୍ପର୍କିତ ଏକ ସନ୍ଦର୍ଭ ଭାବେ ବ୍ୟବହାର ହେଲା ଭଳି ହେବ ବୋଲି ମତପ୍ରକାଶ ପାଇଥିଲା । ସଭାରେ ଉପଦେଷ୍ଟା ମଣ୍ଡଳୀର ଗୁରୁଶ୍ରୀ ଡ. ଘାସିରାମ ମିଶ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସମ୍ଭକାର ତଥା ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା, ରତନ ମହାରଣା, ସମ୍ପାନ କମିଟିର ପ୍ରମୁଖ ବୀରେନ୍ଦ୍ର କୁମାର ଝାଙ୍କର, ସ୍ମରଣିକାର ମୁଖ୍ୟ ସମ୍ପାଦକ ତଥା କବି ଆନନ୍ଦ ଚନ୍ଦ୍ର ସାହୁ, ସମ୍ପାଦକ ବିଭୁ କଲ୍ୟାଣ ଗଡ଼ତ୍ୟା, ସଦସ୍ୟା ଆବାହିକା ଗବେଷିକା ସୀମାରାଣୀ ରଥ, ସଦସ୍ୟା କସ୍ତୁରୀ ରଥ, ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଚିତ୍ରଶିଳ୍ପୀ ଦିଲୀପ କୁମାର ସିଂଦେଓ, ପତିତପାବନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢୀ, କାର୍ଯ୍ୟକାରୀ ସଭାପତି ଜୟକୃଷ୍ଣ ମିଶ୍ର, ଦିନେଶ ଶର୍ମା, ବିବେକାନନ୍ଦ ପଟେଲ, ରାମ ଶଙ୍କର ଶତପଥୀ, ସୌମ୍ୟ ରଂଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସଭାକୁ ସମ୍ପାଦକ ଶ୍ରୀ ଗଡ଼ତ୍ୟା ପରିଚାଳନା କରିଥିବା ବେଳେ ଶେଷରେ ଯୁଧିଷ୍ଟିର ମେହେର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

yuvodaya
Leave A Reply

Your email address will not be published.