କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ସୂଚନା : ୧ ଅକ୍ଟୋବର ୨୦୨୩ଠାରୁ ଏମ-ୱାନ୍ ଶ୍ରେଣୀର ଯାତ୍ରୀବାହୀ କାରରେ ବାଧ୍ୟତାମୂଳକ ହେବ ୬ଟି ଏୟାର ବ୍ୟାଗ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏକାଧିକ ଟୁଇଟ୍ଜରିଆରେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସମସ୍ତ ମୂଲ୍ୟବର୍ଗ ଏବଂ ସବୁ ପ୍ରକାରର ମୋଟର ଗାଡ଼ିରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ।

ଶ୍ରୀ ଗଡ଼କରୀ ଆହୁରି କହିଛନ୍ତି ଯେ ଅଟୋ ଉଦ୍ୟୋଗ ଆଗରେ ଏବେ ବର୍ତ୍ତମାନର ବିଶ୍ବ ଯୋଗାଣ ଶୃଙ୍ଖଳାର ସଙ୍କଟ ଦେଖାଦେଇଛି । ଏଥିସହିତ ମାଇକ୍ରୋ ଇକୋନୋମିକ ପରିଦୃଶ୍ୟକୁ ଧ୍ୟାନରେ ରଖି ୬ଟି ଏୟାର ବ୍ୟାଗକୁ ବାଧ୍ୟତାମୂଳକ କରିବା ଲାଗି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୧ ଅକ୍ଟୋବର ୨୦୨୩ ଠାରୁ ଏମ-ୱାନ୍‌ ଶ୍ରେଣୀର ସବୁ ଯାତ୍ରୀବାହୀ କାରରେ ଅତିକମରେ ୬ଟି ଏୟାର ବ୍ୟାଗ ଲଗାଇବା ବାଧ୍ୟତାମୂଳକ ହେବ ।

ଏଥି ପୂର୍ବରୁ ପଛରୁ ଧକ୍କା ହେବା କ୍ଷେତ୍ରରେ ଗାଡ଼ିରେ ଥିବା ଯାତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ରୀୟ ମୋଟର ଯାନ ନିୟମ (ସିଏମଭିଆର), ୧୯୮୯ରେ ସଂଶୋଧନ କରାଯାଇଥିଲା । ଏଥିରେ ସୁରକ୍ଷା ଉପାୟକୁ ବଢ଼ାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏ ସମ୍ପର୍କରେ ୧୪ ଜାନୁଆରୀ ୨୦୨୨ରେ ଏକଡ୍ରାଫ୍ଟ ବିଜ୍ଞପ୍ତି ଜାରି କରାଯାଇଥିଲା । ଯେଉଁଥିରେ ୦୧ ଅକ୍ଟୋବର ୨୦୨୨ ପରେ ନିର୍ମିତ ସବୁ ଏମ-ୱାନ୍‌ ଶ୍ରେଣୀର ଗାଡ଼ିରେ ଭିତର ଦୁଇ ପାର୍ଶ୍ବ ଏବଂ ଦୁଇ ସାଇଡରୁ ଖୋଲୁଥିବା ଏୟାର ବ୍ୟାଗ ଫିଟ୍‌ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏଥିରେ ସାମ୍ନାକୁ ମୁହଁ କରି ଆଗ ସିଟରେ ବସୁଥିବା ଯାତ୍ରୀଙ୍କ ପାଇଁ ଏୟାର ବ୍ୟାଗ ଲଗାଇବାକୁ ପ୍ରସ୍ତାବ ଦିଆଯାଇଥିଲା । ସେହିପରି ପଛ ସିଟରେ ବସୁଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ଗାଡ଼ି ଭିତରେ ଦୁଇ ପାର୍ଶ୍ବରୁ ଖୋଲୁଥିବା ପରଦା/ଟ୍ୟୁବ ଆକାରର ଏୟାର ବ୍ୟାଗ ଲଗାଇବା ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରହିଥିଲା ।

Leave A Reply

Your email address will not be published.

error: Content is protected !!