centurian jitm

ଶାନ୍ତିନଗର ତୈଳିକ ବୈଶ୍ୟ ସାହୁ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶାନ୍ତିନଗର ତୈଳିକ ବେଶ୍ୟ ସାହୁ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହୁଲପାଲି, ଭେଉଁରିଆ, ବୁଡେନ୍‌, ବରିକେଲ, ଗାଇସିଲେଟ୍‌, ପୁରେନା, ପାଇକମାଲ ଅଞ୍ଚଳର ପ୍ରତିନିଧି ଯୋଗଦାନ କରିଥିଲେ । ସଭାପତି ଡ. ବିରଞ୍ଚି ସାହୁଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜ୍ୟୋତି ପ୍ରକାଶ ସାହୁ, ସସ୍ମିତା ସାହୁ ମଞ୍ଚ ପରିଚାଳନା କରିଥିଲେ । କୁନି ବୈଜ୍ଞାନିକ କଲ୍ୟାଣୀ ସାହୁ ଓ ନୃତ୍ୟଶିଳ୍ପୀ ଆଭାରାଣୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂପାଦକ ବୈକୁଣ୍ଠ ସାହୁ ବିବରଣୀ ପଠନ କରିଥିବା ବେଳେ କୋଷାଧ୍ୟକ୍ଷ ସୁରେଶ ସାହୁ ବିଗତ ଦିନର ଆୟବ୍ୟୟ ଉପସ୍ଥାପନା କରିଥିଲେ । କୁଇଜ ପ୍ରତିଯୋଗୀତା ସହ ବଲାଙ୍ଗିରର ଢୋଲମହୁରୀ କଳା ପରିଷଦ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କଂସ କଳାକାର ରବିନ୍ଦ୍ର ସାହୁ, କବି ହରିଲାଲ୍‌ ସାହୁ, ଅଧିକାରୀ ସା କଳା ପରିବେଷଣ କରିଥିଲେ । ଦୁଷ୍ମନ୍ତ ସାହୁ, ରାଜକିଶୋର ସାହୁ, ମାନସ ସାହୁ, ତରଣୀସେନ୍‌ ସାହୁ, ସଂକୀର୍ତ୍ତନ ସାହୁ, ରାମ ସାହୁ, ବିଶ୍ୱନାଥ ସାହୁ, ସୁରଜ ସାହୁ, ତୀର୍ଥ ସାହୁ, ସଚ୍ଚିଦାନନ୍ଦ ସାହୁ, ରବିନ୍ଦ୍ର ସାହୁ, ବିରେନ୍ଦ୍ର ସାହୁ ସହଯୋଗ କରିଥିଲେ ।

Leave A Reply

Your email address will not be published.