oom

ମଣ୍ଡଳସ୍ତରୀୟ ବିଜ୍ଞାନ ପାଠ୍ୟ ଆଲୋଚନାଚକ୍ର

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୀବନୀ ଉପରେ ଆଧାରିତ ବିତର୍କ ଓ ପ୍ରବନ୍ଧ ଲିଖନ -୨୦୨୨ ପ୍ରତିଯୋଗିତା ନେଇ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ବୁଧବାର ରାଧାକାନ୍ତ ବିଦ୍ୟାପୀଠ, ଡେଲାଙ୍ଗ ଷ୍ଟେସନ ବଜାର ଠାରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସହଶିକ୍ଷାଧିକାରୀ ଯୁଧିଷ୍ଠିର ପରିଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି କାର୍ଯ୍ୟକ୍ରମଟିକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଆଲୋଚନାଚକ୍ରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ଭୋଇ ସଭାପତିତ୍ଵ କରିଥିଲେ । ବିଜ୍ଞାନ ପାଠ୍ୟ ଆଲୋଚନାରେ ରାଧାକାନ୍ତ ବିଦ୍ୟାପୀଠର ଛାତ୍ର ଛାଟୋଇ ପୁଣ୍ୟଙ୍କର ରାୟ କନିଷ୍ଠ ବର୍ଗ ବିତର୍କରେ ଓ ଇନ୍ଦୁପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଶ୍ରଦ୍ଧାଞ୍ଜଳି ବସ୍ତିଆ ବରିଷ୍ଠ ବର୍ଗ ବିତର୍କରେ, ସଡାଁଗୋଇ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୋନି ବେହେରା କନିଷ୍ଠ ବର୍ଗ ପ୍ରବନ୍ଧ ଲିଖନରେ, ରାଧାକାନ୍ତ ବିଦ୍ୟାପୀଠର ଛାତ୍ରୀ ସୃଷ୍ଟି ସମ୍ପର୍ଣ୍ଣା ପଣ୍ଡା ବରିଷ୍ଠ ବର୍ଗ ପ୍ରବନ୍ଧ ଲିଖନରେ, ସର୍ବପଲ୍ଲୀ ନୋଡାଲ ଉଚ୍ଚ ବିଦ୍ୟାପୀଠ ଅଭୟମୁଖୀ ଛାତ୍ରୀ କ୍ରିଷ୍ଣାଞ୍ଜଳି ସ୍ୱାଇଁ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି । ବରିଷ୍ଠ ଶିକ୍ଷକ ଶ୍ରୀଧର ପ୍ରଧାନଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.