csstore

ଲଗାତାର ତୃତୀୟ ଥର ପାଇଁ ଓଡିଶା ଏଥଲେଟିକ୍‌ ଏସୋସିଏସନ୍‌ର ସହସଂପାଦକ ହେଲେ ବଲାଙ୍ଗିରର ପୂର୍ବତନ କ୍ରୀଡାବିତ ବିଭୁତି ଭୂଷଣ ପଣ୍ଡା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଏଥଲେଟିକ୍‌ ଏସୋସିଏସନ୍‌ର ସହସଂପାଦକ ଭାବେ ବଲାଙ୍ଗିରର ପୂର୍ବତନ କ୍ରୀଡାବିତ ତଥା ଜିଲ୍ଲା କ୍ରୀଡା ସଂସଦର ସଦସ୍ୟ ବିଭୂତି ଭୂଷଣ ପଣ୍ଡା ନିର୍ବାଚିତ ହୋଇଛନ୍ତି । ଗତ ୧୧ ତାରିଖ ଦିନ କଟକ ବାରବାଟୀ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଓଡିଶା ଏଥଲେଟିକ୍‌ ଏସୋସିଏସନ୍‌ର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଶ୍ରୀ ପଣ୍ଡାଙ୍କୁ ସହ ସଂପାଦକ ଭାବରେ ଚୟନ କରାଯାଇଥିଲା । ସେ ଲଗାତାର ଭାବରେ ତିନିଥର ହେଲା ସହ ସଂପାଦକ ଭାବରେ ନିର୍ବାଚିତ ହୋଇ ଆସୁଛନ୍ତି । ଏନେଇ ଜିଲ୍ଲା ଏଥଲେଟିକ୍‌ ଏସୋସିଏସନ୍‌ର କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ର, ସାଧାରଣ ସଂପାଦକ ହରିନାରାୟଣ ପୁଝାରୀ, ପୂର୍ବତନ ସାଧାରଣ ସଂପାଦକ ଶତୃଘ୍ନ ସିଂହଙ୍କ ସମେତ ସମସ୍ତ ସଦସ୍ୟ ଶ୍ରୀ ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇବା ସହ ଓଡିଶା ଏଥଲେଟିକ୍‌ ଏସୋସିଏସନ୍‌ର ସଂପାଦକ ଆର୍ଶୀବାଦ ବେହେରାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରକାଶ ଯେ, ଶ୍ରୀ ପଣ୍ଡା ବିଭିନ୍ନ କ୍ରୀଡା କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲା ପକ୍ଷରୁ ପ୍ରତିନିଧିତ୍ୱ କରି ସାରିଥିବା ବେଳେ ବର୍ତମାନ ସେ ଜିଲ୍ଲା ଏଥଲେଟିକ୍‌ ଏସୋସିଏସନ୍‌ରେ କ୍ରୀଡା ସଂପାଦକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ତାଙ୍କର ଏହି ସଫଳତାରେ ବଲାଙ୍ଗିର ସହରରେ ଖୁସିର ଲହରି ଖେଳି ଯାଇଥିବା ବେଳେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

jayashree
Leave A Reply

Your email address will not be published.