ଖଲିଆପାଲି ବିଦ୍ୟାଳୟରେ ଗୁରୁ ଦିବସ ଓ ପ୍ରଭାତଫେରି ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ପ୍ରଧାନ ଶିକ୍ଷକ ଦୂର୍ଯ୍ୟୋଧନ ପଶାୟତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରଭାତ ଫେରି ଓ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସକାଳ ୬.୩୦ ମି. ସମୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ରାମଧୂନ ଗାନ କରିବା ପୂର୍ବକ ଗ୍ରାମ ପରିକ୍ରମା କରିଥିଲେ । ପରେ ବିଦ୍ୟାଳୟ ପରିସରରେ ପବିତ୍ର ଗୁରୁ ଦିବସ ଅବସରରେ ଡା. ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଜୀବନ ଆଦର୍ଶ ବିଷୟରେ ଛାତ୍ରଛତ୍ରୀମାନଙ୍କୁ ବୁଝାଇଥିଲେ । ଛାତ୍ରଛାତ୍ରୀମାନେ ଗୁରୁଜୀ ଏବଂ ଗୁରୁମାଙ୍କୁ ଫୁଲ ଚନ୍ଦନ ଦେଇ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ଧୀରେନ୍ଦ୍ର କୁମାର ସାହୁ, ସଂଗୀତା ସାହୁ, ଜ୍ୟୋର୍ତିମୟ ମିଶ୍ର ଓ ସନ୍ତୋଷ କୁମାର ପାଇକ ଚନ୍ଦନ, କମିଟି ଚେୟାରମ୍ୟାନ ରଧେଶ୍ୟାମ କରନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!