csstore

ସାନ ସାହାଜବାହାଲ ଗାଁରେ ବଚସାକୁ ନେଇ ହତ୍ୟାକାଣ୍ଡ : ଅଭିଯୁକ୍ତ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ସାନ ସାହାଜବାହାଲ ଗାଁରେ ବଚସାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ଗଭରା ଗାଁର ଶୁକ୍ରୁ ବରିହା ଓ ଅନ୍ୟ ଚାରି ଜଣ ଯୁବକ ବରଗଡ ଜିଲ୍ଲାକୁ କାମ କରିବାକୁ ଯାଇଥିଲେ । ଗତ ୩୦ ତାରିଖରେ ସେମାନେ ବରଗଡ ସାନ ସାହାଜବାହାଲ ଗାଁରେ ପହଁଞ୍ଚି ଥିଲେ । ଏହା ଭିତରେ ଶୁକ୍ରୁ ବରିହା ଗାଁ ବାହାରକୁ ଯାଇଥିଲେ । ସେହି ଗାଁର ସୁରେଶ ସା କାଠ ହାଣୁଥିବା ବେଳେ ଶୁକ୍ରୁ ସହ ତାଙ୍କର ବଚସା ହୋଇଥିଲା । ଶୁକ୍ରୁ ସୁରେଶଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିବା ବେଳେ ସୁରେଶ କାଠ ହାଣୁଥିବା କୁରାଢୀରେ ଶୁକ୍ରୁ ବରିହାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଶୁକ୍ରୁ ଗଭୀର ଭାବେ ଆହତ ହୋଇଥିଲେ । ସାନ ସାହାଜବାହାଲ ଓ ବାବେବାହାଲ ଗାଁ ମଝିରେ ଥିବା ଗୋବର୍ଦ୍ଧନ ମାଝିଙ୍କ ବିଲରୁ ପୋଲିସ ଶୁକ୍ରୁ ବରିହାଙ୍କ ରକ୍ତାକ୍ତ ଶରୀରକୁ ଠାବ କରିଥିଲା । ଶୁକ୍ରୁଙ୍କୁ ପଦ୍ମପୁର ଓ ପରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ବଲାଙ୍ଗିରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶୁକ୍ରୁ ବରିହାଙ୍କ ବାପା ଚନ୍ଦ୍ର ଶେଖର ବରିହାଙ୍କ ଅଭିଯୋଗ ଆଧାରରେ ଗାଇସିଲାଟ ଥାନା ଅଧିକାରୀ ବୀରବର ଭଗତ୍ ତଦନ୍ତ କରି ସୁରେଶ ସାଙ୍କ ବିରୋଧରେ ଏକ ମାମଲା ରୁଜୁ କରି ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢୀ ଜବତ କରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

jayashree
Leave A Reply

Your email address will not be published.