ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରୁ ସାଇକେଲ ଚୋରି

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଆଦର୍ଶ ବିଦ୍ୟାଳୟ ପରିସରରୁ ଶୁକ୍ରବାର ଦିନ ଜଣେ ଛାତ୍ରଙ୍କ ସାଇକେଲ ଚୋରି ହୋଇଥିବା ନେଇ ମୁରିବାହାଲ ଥାନାରେ ଏତଲା ହୋଇଛି । ଚୋରି ଦୃଶ୍ୟ ବିଦ୍ୟାଳୟରେ ଲାଗିଥିବା ସିସିଟିଭିରେ ସ୍ପଷ୍ଟ ଭାବରେ ଜଣାପଡିଛି । ଛାତ୍ର ଜଣକ ତାଙ୍କ ସାଇକେଲ ଷ୍ଟାଣ୍ଡରେ ନଥିବାରୁ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅବଗତ କରିଥିଲେ । ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଶକ୍ଷକମାନେ ସନ୍ଧ୍ୟାରେ ମୁରିବାହାଲ ଥାନାରେ ଏତଲା ଦେଇଥିଲେ ।

Leave A Reply

Your email address will not be published.