csstore

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା- ୨୦୨୨ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳ ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜ୍ଞାନ ବିଜ୍ଞାନ ମେଳା- ୨୦୨୨ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି । ଓଡ଼ିଶା ପୋଲିସ ପ୍ରଶାସନିକ ଅଧିକାରୀ ତଥା ପ୍ରବେସନାରୀ ଡ଼ିଏସପି ସୁଶ୍ରୀ ଶ୍ରାବଣୀ ନାୟକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ଏବଂ ବିଜ୍ଞାନ ମେଳାର ମହତ୍ତ୍ୱ ପ୍ରତିପାଦନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ବିଦ୍ୟାର୍ଥୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ଡ. ମିଲିମିତା ପାଢୀ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଆଧୁନିକ ଯୁଗରେ ବିଜ୍ଞାନର ଉପାଦେୟତା ଓ ଆବଶ୍ୟକତା ବିଷୟରେ ଉଦ୍‌ବୋଧନ ଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଉପେନ୍ଦ୍ର ମହାନ୍ତି ଶିଶୁମାନଙ୍କୁ ବିଜ୍ଞାନ ବିଷୟରେ ପ୍ରତିଦିନ ହେଉଥିବା ନୂତନ ଗବେଷଣା ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତି ହୋଇଥିବା ବିବିଧ ପ୍ରକଳ୍ପ ଦ୍ୱାରା ଆୟୋଜିତ ଜ୍ଞାନ ବିଜ୍ଞାନ ମେଳା ଷ୍ଟଲକୁ ମୁଖ୍ୟ ଅତିଥି ଉଦ୍‌ଘାଟନ କରିଥିଲେ । ଏହି ଜ୍ଞାନ ବିଜ୍ଞାନ ମେଳାରେ ବିଭିନ୍ନ ବର୍ଗରୁ ୨୧୩ ଜଣ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ୨୦ ଜଣ ବିଚାରକ ରୂପେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଶତପଥୀ କାର୍ଯ୍ୟକ୍ରମର ବୃତ୍ତ ପଠନ କରିଥିଲେ ।

କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟ ସମ୍ମାନିୟ ଅତିଥୀଙ୍କ ଦ୍ଵାରା ପୁରସ୍କୃତ କରି ଉତ୍ସାହିତ କରାଯାଇଥିଲା । ଶେଷରେ ସମ୍ପାଦକ ପଦ୍ମଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉପସଭାପତି ଗୀତା ପାଢୀ, କୋଷାଧ୍ୟକ୍ଷ ଏ. ରାବଣା ରାଓ, ଯୁଗ୍ମ ସଂପାଦକ ଦିଲ୍ଲୀପ କୁମାର ବେହେରା, ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ, ସଦସ୍ୟା ସୁନୀତା ସେଠୀ, ଗୁରୁଜୀ, ଗୁରୁମା, ସେବକ, ସେବିକା, ଅଭିଭାବକ, ଅଭିଭାବିକା ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.