ପୋଖରୀରେ ବୁଡ଼ି ୪ ବର୍ଷର ଶିଶୁ କନ୍ୟା ମୃତ

ପାଟଣା : ଡିଆନାଳି ଗ୍ରାମରେ ପୋଖରୀରେ ବୁଡି ୪ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ତୁରୁମୁଙ୍ଗା ଥାନା ବୁଢୀକାପୁଡି ଗ୍ରାମର ସନ୍ଧ୍ୟାରାଣୀ ମୁଣ୍ଡା ବୋଲି ଜଣାପଡିଛି । ସୂଚନା ଅନୁସାରେ ତୁରୁମୁଙ୍ଗା ଥାନା ବୁଢୀକାପୁଡି ଗ୍ରାମର ଧର ମୁଣ୍ଡାଙ୍କ କନ୍ୟା ସନ୍ଧ୍ୟାରାଣୀ ମୁଣ୍ଡା ନିଜ ମା’ ସହ ମାମୁଁ ଘର ଡିଆନାଳିକୁ ବୁଲିବାକୁ ଆସିଥିଲେ । ସନ୍ଧ୍ୟାରାଣୀଙ୍କ ମା’ ବିଲରେ କାମ କରିବା ପାଇଁ ଯାଇଥିଲେ । ଏହି ସମୟରେ ସାହି ପିଲାମାନଙ୍କ ସହ ସନ୍ଧ୍ୟାରାଣୀ ପୋଖରୀକୁ ଯାଇଥିଲେ । ସେଠାରେ ପୋଖରୀ ଭିତରେ ବୁଡି ଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକେ ସନ୍ଧ୍ୟାରାଣୀଙ୍କୁ ପୋଖରୀ ଭିତରୁ ଉଦ୍ଧାର କରିଥିଲେ । ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନା ନେଇଥିଲେ । ସେଠାରେ ସନ୍ଧ୍ୟାରାଣୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.