jsm

ବଲାଙ୍ଗିର ସହରର ମଧ୍ୟସ୍ଥଳୀରେ ଅବସ୍ଥିତ ରାଣୀବନ୍ଧ ଏବେ ନର୍ଦ୍ଦମା ପାଲଟିଛି : ଉନ୍ନତିକରଣ ନାଁରେ ପୋତି ଦେବାର ଅଭିସନ୍ଧି ନାହିିଁ ତ ?

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟ ସ୍ଥଳୀରେ ଥିବା ରଣୀବନ୍ଧ ଏବେ ନର୍ଦ୍ଦମା ପାଲଟିବାରେ ଲାଗିଲାଣି । ରାଣୀବନ୍ଧ ହିଡ ତଥା ରାଣୀବନ୍ଧକୁ ଯିବା ଜନସାଧାରଣ ରାସ୍ତା ଉପରେ ନିର୍ମିତ ନୂତନ ଶୌଚାଳୟର ପାଇଖାନା ଟାଙ୍କିର ପାଣି ଅଧିକାଂଶ ଦିନ ପମ୍ପ ଯୋଗେ ରାତି ସମୟରେ ରାଣୀବନ୍ଧ ଭିତରକୁ ଛଡା ଯାଉଥିବା ଦେଖିବାକୁ ମିଳିଛି, ଯାହାର ଏକ ଭିଡିଓ ଏହି ନ୍ୟୁଜରେ ଟ୍ୟାଗ କରାଯାଇଛି । ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ରାଣୀବନ୍ଧ ଭିତରକୁ ନର୍ଦ୍ଦମା ପାଣି ଛାଡି ଏହାକୁ ପୋତି ଦେବାର ଅନୁସନ୍ଧି ଚାଲିନି ତ ?

ପୁଣି କୋଟି କୋଟି ଟଙ୍କା ବ୍ୟୟ କରି ରାଣୀବନ୍ଧ ସୌନ୍ଦର୍ୟ୍ୟକରଣ ନାଁରେ ରାଣୀବନ୍ଧର ଚାରିପାଖକୁ ପୋତି ଦିଆଯାଇ ଏହାର ଆୟତନ ୨୦% କମାଇ ଦିଆଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ରୀତିମତ ପାଇଖାନା ପାଣି ଏଠାରେ ଛଡାଯିବା ତଥା ସହରର ଆବର୍ଜନା ମ୍ୟୁନିସିପାଲିଟି ପକ୍ଷରୁ ବନ୍ଧ ହୁଡାରେ ଗଦା କରାଯିବା କେଉଁ ସ୍ୱଚ୍ଛତା ନିୟମର ଅନୁକରଣ କରୁଛି ବୋଲି ଜନ ସାଧାରଣ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ରାଣୀବନ୍ଧ ଦିନକୁ ଦିନ ଆବର୍ଜନା ଓ ପାଇଖାନା ପାଣିରେ ଦୂଷିତ ହେଉଥିବା ବେଳେ ଏଠାରେ ଗାଧୁଆ ଘାଟ ଓ ଯିବା ଆସିବା କରିବା ପାଇଁ ରହିଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡୁଛି । ଏଥିପ୍ରତି ରାଣୀ ବନ୍ଧର ଏହି ଅବସ୍ଥା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଘନେଇବାରେ ଲାଗିଛି । ପ୍ରଶାସନର ଦୃଷ୍ଟି ପଡିବ କେବେ ?

yuvodaya
Leave A Reply

Your email address will not be published.