ବଜ୍ରାଘାତରେ ସାନପୁଅ ମୃତ : ବଡ଼ପୁଅ ଏବଂ ବାପା ଚିକିତ୍ସାଧୀନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଘଟଣାଟି ଘଟିଛି ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଘନାମାଲ ଗ୍ରାମରେ ଘଟିଯାଇଛି ଏକ ଦୁଃଖଦପୂର୍ଣ୍ଣ ଘଟଣା । ବିଲରେ କାମ କରୁଥିବା ସମୟରେ ଗୋଟିଏ ପରିବାରର ୩ ଜଣଙ୍କ ଉପରେ ବଜ୍ରାଘାତ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ପ୍ରଥମେ ପଦ୍ମପୁର ଡାକ୍ତରଖାନା ଏବଂ ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି । ସାନ ପୁଅ ବାଳି ପଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ବଡ ପୁଅ ସୁଗ୍ରୀ ପଧାନ ଏବଂ ବାପା ଗୌର ପଧାନଙ୍କ ଚିକିତ୍ସା ଚାଲିଛି । ମୃତକଙ୍କ ଶବ ବ୍ୟବଚ୍ଛେଦ ହୋଇ ପାରିନାହିଁ ।

Leave A Reply

Your email address will not be published.