ସାଇକେଲ ପାଇଁ ନାବାଳିକାଙ୍କ ଆତ୍ମହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଇକେଲ ପାଇଁ ନାବାଳିକାଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁସାରେ ପୁଇନ୍ତଲା ବ୍ଲକ୍‌ ବୁବେଲ ଗ୍ରାମରେ ଦାଶରଥି ପଧାନଙ୍କ ଝିଅ ନିରୁପମା ପଧାନ (୧୫ବର୍ଷ) ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ସେ ଏବର୍ଷ ମାଟ୍ରିକ ପରୀକ୍ଷା ଦେଇ ପାସ କରିଥିଲେ । କୌଣସି କଲେଜରେ ନାମ ଲେଖାଇ ପାଠ ପଢ଼ାଇବାକୁ ଘରେ ରାଜି ହୋଇଥିଲେ । ହେଲେ ସେ ସାଇକେଲ କିଣିବାକୁ ଜିଦ ଧରିଥିଲେ । ପରିବାର ଲୋକେ କଲେଜରେ ନାମ ଲେଖାଇବା ପରେ ସାଇକଲ କିଣିଦେବା ପାଇଁ କହିଥିଲେ । ହେଲେ ସେ ଆଉ କାହା କଥା ନଶୁଣି ବିଷ ପିଇ ଦେଇଥିଲେ । ଗୁରୁତର ଭାବେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ନାବାଳିକାଙ୍କ ଚକ୍ଷୁଦାନ କରିଥିଲେ ।

Leave A Reply

Your email address will not be published.