୧୦୪ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ବୋଲେରୋ ସହ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହା ସହିତ ୨ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଖବର ଅନୁଯାୟୀ, ବାଲିଗୁଡା ଥାନା ଅଞ୍ଚଳରେ ପୋଲିସ ଟିମ ପେଟ୍ରୋଲିଂ ବେଳେ ଏକ ବୋଲେରୋରେ ବାହାର ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲେ । ସବ୍‌ଇନିସପେକ୍ଟର ଆଶୁତୋଷ ପାଇକରାୟ ଚଢାଉ କରି ବୋଲେରୋ ସହ ୧୦୪ କିଲୋ ଗଞ୍ଜେଇ ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ଏନେଇ ବାଲିଗୁଡା ଥାନାରେ ଏନ୍‌ଡ଼ିପିଏସ୍‌ ଆକ୍ଟରେ ମାମଲା ରୁଜୁ ହୋଇଛି । ୨ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

Leave A Reply

Your email address will not be published.

error: Content is protected !!