ବିଦ୍ୟାଳୟ ସୁରକ୍ଷା ସପ୍ତାହ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ପତିତପାବନ ଏକାଡେମୀଠାରେ ବିଦ୍ୟାଳୟ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ସିନୁ ସୁନ୍ଦର ପାଢୀଙ୍କ ସଭାପତିତ୍ୱ ଓ ବିଜ୍ଞାନ ଶିକ୍ଷକ ସୁନିଲ କୁମାରଙ୍କ ସଂଯୋଜନା କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ବିଭିନ୍ନ ସମୟରେ ସମ୍ମାନୀତ ଅତିଥିମାନେ ଆସି ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ସପ୍ତାହ ବିଷୟରେ ମତାମତ ରଖିଥିଲେ । ଏହି ଅବସରରେ ବିଦ୍ୟାଳୟରେ ସ୍ୱଚ୍ଛତା, ଶୃଙ୍ଖଳା, ନୀତି ପାଳନ, ବୃକ୍ଷଗୁଡିକର ସୁରକ୍ଷା, ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷୟତ୍ରୀଙ୍କ ସୁରକ୍ଷା, ଯାତାୟତ ସୁରକ୍ଷା ତଥା ପ୍ରାଥମିକ ଚିକିତ୍ସା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା । ପ୍ରାଥମିକ ଚିକିତ୍ସାର ଅଧ୍ୟାପକ ରବିଚନ୍ଦ୍ର ପଶାୟତ ଓ ଫାଷ୍ଟ ଏଡର ରାମ ନାରାୟଣ ଦାଶଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା ବିଷୟରେ ଡେମୋନେଷ୍ଟ୍ରେସନ ମାଧ୍ୟମରେ ପିଲାମାନଙ୍କୁ ବିଭିନ୍ନ କୌଶଳ ପ୍ରଦାନ କରାଯାଇଥିଲା । ପ୍ରାଥମିକ ଚିକିତ୍ସା, ଲକ୍ଷ, ଉଦ୍ଦେଶ୍ୟ, ମୁର୍ଚ୍ଛା, ବ୍ୟାଣ୍ଡେଜ୍‌, କ୍ଷତ, ରକ୍ତସ୍ରାବ, ନିଆଁ ଲାଗିବା ଭଳି ବିଭିନ୍ନ ସ୍ଥିତିରେ କିପରି ପ୍ରାଥମିକ ଚିକିତ୍ସା ଦିଆଯିବ ସେହି ବିଷୟରେ ପ୍ରଦର୍ଶନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଝୁମୁଲତା ସାବତ, ଅଂଶୁପା ଭୋଇ, ଅନନ୍ୟା ମିଶ୍ର ତଥା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ ବ୍ୟକ୍ତିବିଶେଷ ସହଯୋଗ କରିଥିଲେ । ଶିକ୍ଷୟତ୍ରୀ ମଧୁସ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.