ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡିଶା ପଶ୍ଚିମ ପ୍ରାନ୍ତ ବୈଠକ : ପ୍ରାନ୍ତ ପ୍ରଭାରୀଙ୍କ ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ପଶ୍ଚିମ ପ୍ରାନ୍ତ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ରାଜ୍ୟ ପ୍ରଭାରୀ ତଥା ଅଖିଳ ଭାରତୀୟ କାର୍ଯ୍ୟକାରୀ ସଦସ୍ୟ ରବିକାନ୍ତ ଜୈସବାଲ ତାଙ୍କ ଦୁଇଦିନିଆ ପ୍ରବାସ କାଳରେ ରାୟଗଡା ଇଂରାଜୀ ମିଡିୟମ ସ୍କୁଲଠାରେ ଜିଲ୍ଲାର ସଂଗଠନ ବୈଠକରେ ଯୋଗ ଦେବା ସହିତ ସମ୍ବଲପୁରଠାରେ ପ୍ରାନ୍ତୀୟ ବୈଠକରେ ଯୋଗ ଦେଇଥିଲେ । ଜୁଲାଇ ୧୬ ଓ ୧୭ ଦୁଇଦିନ ପ୍ରବାସ କାଳରେ ପ୍ରଥମ ଦିନ ରାୟଗଡାଠାରେ କିଶୋର କୁମାର ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ଯୋଗଦେବା ସହିତ ରାଜ୍ୟ ସମ୍ପାଦକ ମାଣିକ ଲାଲ ବର୍ମାଙ୍କ ସହିତ ପଞ୍ଚାୟତର ବିଭିନ୍ନ ଆୟାମ ଓ ପ୍ରକୋଷ୍ଠ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା ସହ ପଞ୍ଚାୟତର କାର୍ଯ୍ୟ ପ୍ରଣାଳୀକୁ ବିସ୍ତାରିତ ରୂପରେ ଦିଗଦର୍ଶନ ଦେଇଥିଲେ । ବୈଠକରେ ପୂର୍ବରୁ ଗଠିତ ପୂର୍ଣ୍ଣ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା ସହିତ ସେବା ମନୋଭାବ ନେଇ ନିଜ ଦାୟିତ୍ଵ ସମ୍ପାଦନ କରିବା ପାଇଁ କହିଥିଲେ । ସଂଗଠନ ଦାୟିତ୍ଵରେ ସଭାପତି କିଶୋର ଚନ୍ଦ୍ର ସାହୁ, ଉପସଭାପତି ରାଜକିଶୋର ସାହୁ, ସାଧାରଣ ସମ୍ପାଦକ ପରମାନନ୍ଦ ପଧାନ, ସହସମ୍ପାଦକ ଉର୍ମିଲା ସାହୁ, କୋଷାଧ୍ୟକ୍ଷ ପ୍ରବିଣ କୁମାର ବେହେରା ସମେତ ବିଭିନ୍ନ ପ୍ରକୋଷ୍ଠ ପ୍ରମୁଖ, କାର୍ଯ୍ୟକାରୀ ସଦସ୍ୟମାନଙ୍କର ନାମ ଘୋଷାଣ କରିଥିଲେ । ସେଠାରେ ସେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଓ ପର୍ଯ୍ୟାବରଣ ସୁରକ୍ଷା ଦିଗରେ ବନୀକରଣ ସହିତ ଅଧିକ ମାତ୍ରାରେ ନୂତନ ଚାରା ରୋପଣ ଦିଗରେ ବ୍ରତୀ ହୋଇ ଏହାକୁ ସୁରକ୍ଷା ଦେବାକୁ କହିଥିଲେ । ଦ୍ଵିତୀୟ ଦିନ ପ୍ରାନ୍ତୀୟ ବୈଠକରେ ସମ୍ବଲପୁରଠାରେ ଯୋଗଦେଇ ବିଭିନ୍ନ ଦିଗରୁ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ପୂର୍ବତନ ରାଜ୍ୟ ସଭାପତି ତଥା କେନ୍ଦ୍ରୀୟ କାର୍ଯ୍ୟକାରିଣୀର ଆମନ୍ତ୍ରିତ ସଦସ୍ୟ ରାଧା ମାଧବ ବହିଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବ କ୍ଷେତ୍ର ସଂଗଠନ ମନ୍ତ୍ରୀ ରାମଚନ୍ଦ୍ର ସ୍ଵାଇଁ, ସହସଂଗଠନ ସମ୍ପାଦକ ବଦ୍ରିନାରାୟଣ ମହାରଣା ବିଶେଷ ରୂପରେ ଯୋଗଦେଇ ଥିବା ବେଳେ ରାଜ୍ୟ ସଂଗଠନ ମନ୍ତ୍ରୀ ସତ୍ୟ ନାରାୟଣ ପଟେଲ୍, ସାଧାରଣ ସମ୍ପାଦକ ମାଣିକଲାଲ ବର୍ମା, କୋଷାଧ୍ୟକ୍ଷ ନଳିନୀ ମହାନ୍ତି, କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜିତ୍ ପଟେଲ୍, ବଲାଙ୍ଗିର ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀଙ୍କ ସମେତ ଅନ୍ୟ ଜିଲ୍ଲାରୁ ସଦସ୍ୟ ସଦସ୍ୟାମାନେ ଯୋଗଦେଇଥିଲେ । ଗ୍ରାହକ ପଞ୍ଚାୟତକୁ ପ୍ରାନ୍ତର ୧୫ ଗୋଟି ଜିଲ୍ଲାରେ ସ୍ଥିତି ପରଖିବା ସହିତ କାର୍ଯ୍ୟକ୍ରମ ସହିତ ଲୋକଙ୍କୁ ଯୋଡି ରଖିବାକୁ କହିଥିଲେ ।

Leave A Reply

Your email address will not be published.